Latest Odisha News

BREAKING NEWS

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି। ତାରିଖ ଅନୁଯାୟୀ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଗ୍ରହଣ କରିବ ବୋଲି ସୂଚନା ରହିଛି। କିନ୍ତୁ ଯାହା ସୂଚନା ରହିଛି ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ରୁ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ।

ନିକଟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ ନୂଆ ସଂସଦ ଗୃହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ନିର୍ମାଣ ହେଉଛି। ନଭେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ଏବଂ ନୂଆ ବିଲଡିଂରେ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସରକାର କହିଛନ୍ତି। ତେବେ ସୂତ୍ରରୁ ପ୍ରକାଶ ଯେ ସଂସଦ ଅଧିବେଶନ ପୁରୁଣା ବିଲ୍ଡିଂରେ ହେବାର ସମ୍ଭାବନା ରହିଛି।

ଚଳିତ ମାସ ଶେଷ କିମ୍ବା ଡିସେମ୍ବର ଆରମ୍ଭ ସୁଦ୍ଧା ଆନୁମାନିକ ୧,୨୦୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ହେବାକୁ ଥିବା ଏହି ନୂଆ କୋଠାର ପ୍ରତୀକାତ୍ମକ ଉଦଘାଟନ ପାଇଁ ସରକାର ଚିନ୍ତା କରୁଛନ୍ତି। ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ମୂଳଦୁଆ ପକାଇଥିଲେ। ଏହା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ନୂଆ କୋଠା ନିର୍ମାଣ ପାଇଁ ସରକାର ପୂର୍ବରୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ କିଛି ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁସାରେ ଆଗକୁ ବଢିପାରେ।

ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। କିନ୍ତୁ ୨୦୧୭ ଏବଂ ୨୦୧୮ ମଧ୍ୟରେ ଡିସେମ୍ବର ମାସରେ ଶୀତକାଳୀନ ଅଧିବେଶନ ବସିଥିଲା। ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ସମୟରେ ଅଧିବେଶନ ଯଦି ଆରମ୍ଭ ହୁଏ ତାହେଲେ ଗୃହରେ ପରାଜିତ ଏବଂ ବିଜୟୀ ଦଳର ନେତାଙ୍କ ହାବଭାବ ଉପରେ ପ୍ରାଥମିକ ଭାବେ ନଜର ରହିବ।

Comments are closed.