ପୁରୀ: ସରିଛି ରଥଯାତ୍ରା । ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ହେଲା ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ରଥଭଙ୍ଗା ଚାଲିଛି । ପ୍ରଥମେ ଦେବଦଳନ ରଥର କାଠ ଭଙ୍ଗାଚାଲିଥିବାବେଳେ, ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଏହା ପରେ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।
ଏହା ପରେ ପ୍ରତିବର୍ଷ ପରି ଚଳିତ ଥର ବର୍ଷ ଶ୍ରୀଜିଉଙ୍କ ତିନି ରଥର ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ନିଲାମ କରାଯିବ । କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ । ନିଳାଦ୍ରି ବିଜେ ପରେ ଶ୍ରୀହୀନ ହୋଇପଡିଥିଲା ୩ ରଥ ।
Comments are closed.