Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାଷ୍ଟ୍ରପତି ଭାବେ ମିଳେ ଏହି ସବୁ ସୁବିଧା, ଦରମା ଏତିକି…

ନୂଆଦିଲ୍ଲୀ: ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବା ପରେ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା । ସମସ୍ତେ ଜାଣବାକୁ ଆଗ୍ରହୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ’ଣ କ’ଣ ସୁବିଧା ମିଳିବ ? କେତେ ଦରମା ପାଆନ୍ତି ରାଷ୍ଟ୍ରପତି ? ଆସନ୍ତୁ ଜାଣିବା…

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ୫ ଲକ୍ଷ ୭୭ ହଜାର ଟଙ୍କା ମାସିକ ଦରମା ମିଳିବ । ଏହା ଛଡ଼ା ରାଷ୍ଟ୍ରପତି ଭାବେ ଭାରତର ତିନି ସେନାର ସୁପ୍ରିମୋ କମାଣ୍ଡର ରହିବେ । ଦେଶର ପ୍ରଥମ ନାଗରିକ ଭାବେ ତାଙ୍କ ପାଖରେ ସବୁ କ୍ଷମତା ରହିବ । ଦ୍ରୌପଦୀ ମୁର୍ମୁ ଦୁନିଆର ସବୁଠୁ ବଡ଼ ରାଷ୍ଟ୍ରପତି ଭବନ ରାଇସିନା ହିଲ୍ସରେ ରହିବେ । ଇଂରେଜ ଅମଳରେ ତିଆରି ହୋଇଥିବା ଏହି ରାଷ୍ଟ୍ରପତି ଭବନ ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୩୪୦ଟି କଠୋରୀ ରହିଛି । ୨.୫ କିଲୋମିଟର କରିଡର ରହିଥିବା ରାଷ୍ଟ୍ରପତି ଭବନରେ ୧୯୦ ଏକରର ଗାର୍ଡେନ୍ ରହିଛି । ଏହି ଐତିହାସକ ସୌଧରେ ରିସେପସନ୍ ହଲ୍, ଗେଷ୍ଟରୁମ୍ ସହ କାର୍ଯ୍ୟାଳୟ ରହିଛି ।

ରାଷ୍ଟ୍ରପତି ଭାବେ ମାସିକ ୫ ଲକ୍ଷ ଟଙ୍କା ଦରମା ସହ ଆହୁରି ଅନେକ ସୁବିଧା ମିଳିବ । ୫ ଜଣ ସେକ୍ରେଟେରିଆଲ୍ ଷ୍ଟାଫ୍ ସହ ରାଷ୍ଟ୍ରପତି ଭବନର ଦେଖାଶୁଣା ପାଇଁ ୨୦୦ ଜଣ କର୍ମଚାରୀ ରହିଛନ୍ତି । ସାରା ଜୀବନ ମାଗଣା ଚିକିତ୍ସା ସହ ଘର ମିଳିଥାଏ । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଅତ୍ୟାଧୁନିକ ମର୍ସିଡିଜ୍ ବେଞ୍ଜ S600 ଦିଆଯାଇଛି । ରାଷ୍ଟ୍ରପତିଙ୍କ କାରକେଡରେ ୨୫ଟି ଗାଡ଼ି ରହିଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସ୍ପେଶାଲ ଗାର୍ଡ ରୁହନ୍ତି ଯାହାଙ୍କୁ ପ୍ରେସିଡେନ୍ସିଆଲ୍ ଗାର୍ଡ କୁହାଯାଏ ।

ଛୁଟି କାଟିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ୨ଟି ହଲିଡେ ରିଟ୍ରିଟ୍ ରହିଛି । ଏହାଛଡ଼ା ରାଷ୍ଟ୍ରପତିଙ୍କ ପାଖରେ ରହିଛି ଯୁଦ୍ଧ ଘୋଷଣା ଅଧିକାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ପରାମର୍ଶରେ ରାଷ୍ଟ୍ରପତି ଯୁଦ୍ଧ ଘୋଷଣା କରିପାରିବେ । ରାଷ୍ଟ୍ରପତି ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ନୁହଁନ୍ତି ।

Leave A Reply

Your email address will not be published.