ୟୁଜିନ: ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ସୋମବାର ୩ଟି ବିଶ୍ୱରେକର୍ଡ ଭଙ୍ଗ ହୋଇଛି । ୧୦୦ ମିଟର ହର୍ଡଲ୍ସ ଇଭେଂଟରେ ନାଇଜେରିଆ ଆଥଲେଟ ଟୋବି ଅମୁସାନୀ ଗୋଟିଏ ଦିନରେ ୨ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ପ୍ରଥମେ ସେ ସେମିଫାଇନାଲରେ ୧୨.୧୨ ସେକେଣ୍ଡ ସମୟ ନେଇ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ଆହୁରି ଭଲ ପ୍ରଦର୍ଶନ କରି ସେ ପୁନର୍ବାର ନିଜ ରେକର୍ଡ ଭଙ୍ଗ କରିଥିଲେ । ୧୨.୦୬ ଟାଇମିଂରେ ଟୋବି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବ୍ରିଟନୀ ଆଣ୍ଡରସନ (୧୨.୨୩) ରୌପ୍ୟ ଓ ପୁର୍ତୋରିକୋର ଜସମିନ କେମାକୋ କ୍ୱିନ (୧୨.୨୩) ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ପୋଲ ଭୋଲ୍ଟ ଇଭେଂଟରେ ସ୍ୱୀଡେନର ମୋଣ୍ଡା ଡୁପ୍ଲାଟିଂସ ୬.୨୧ ମିଟର ଉଚ୍ଚକୁ ଡେଇଁ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ପୂର୍ବରୁ ଥିବା ନିଜ ରେକର୍ଡରେ ସୁଧାର ଆଣିଥିଲେ । ଆମେରିକାର କ୍ରିଷ୍ଟଫୋର ନିଲସନ (୫.୯୪) ଓ ଇରାନର ଜନ ଅବିନା (୫.୯୪) ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
BREAKING NEWS
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…

Comments are closed.