Latest Odisha News

BREAKING NEWS

ଥାଇଲାଣ୍ଡରେ ପ୍ରବଳ ତାତି, ଚିଡ଼ିଆଖାନାରେ ବାଘଙ୍କୁ ଦିଆଯାଉଛି ‘ଚିକେନ୍‌ ଆଇସ୍‌ ପପ୍‌’

ବ୍ୟାଙ୍ଗ୍‌କକ୍‌: ଥାଇଲାଣ୍ଡରେ ଅସହ୍ୟ ଗରମ । ତାପମାତ୍ରା ବୃଦ୍ଧିକୁ ସହ୍ୟ କରିପାରୁନାହାନ୍ତି ପଶୁପକ୍ଷୀ । ତେଣୁ ଥାଇଲାଣ୍ଡର ଏକ ଚି଼ଡିଆଖାନାରେ ବାଘଙ୍କୁ ଥଣ୍ଡା ପାଣିଭରା ଜଳାଶୟରେ  ଗାଧୋଇବାକୁ ଛଡାଯାଉଛି । ଜଳାଶୟରେ ଖେଳଣା ପକାଯାଇ ସେମାନଙ୍କୁ ଜଳକ୍ରୀଡ଼ା କରିବାକୁ ଛଡ଼ାଯାଉଛି । ଦିନକୁ ଦୁଇ ଓଳି ସେମାନଙ୍କୁ କୁକୁଡ଼ା ମାଂସ ଭରା ବରଫ ଖଣ୍ଡ ଖୁଆଯାଉଛି ।

ବ୍ୟାଙ୍ଗ୍‌କକ୍‌ର ଉତ୍ତର ପଟକୁ ୭୦୦ କିଲୋମିଟର୍‌ ଦୂରରେ ଥିବା ଚିଆଙ୍ଗ୍‌ ମାଇ ଅଞ୍ଚଳରେ ‘ଟାଇଗର୍‌ କିଙ୍ଗ୍‌ଡମ୍‌ ଜୁଉ’ ନାମକ ଏହି ଚିଡ଼ିଆଖାନାରେ ପ୍ରାୟ ୫୦ଟି ବାଘ ଅଛନ୍ତି । ଫେବ୍ରୁଆରି ମାସ ଶେଷ ଆଡ଼କୁ ଥାଇଲାଣ୍ଡ୍‌ରେ ଗ୍ରୀଷ୍ମଋତୁ ଆରମ୍ଭ ହୁଏ ଏବଂ ତାପମାତ୍ରା ୩୫ଂ ପର୍ଯ୍ୟନ୍ତ ବଢ଼ିଯାଏ ।

Leave A Reply

Your email address will not be published.