Latest Odisha News

କରୋନା ସଂକ୍ରମିତ ହେବାର ୬ଦିନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ମୁମ୍ୱାଇ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । କରୋନାରେ ସଂକ୍ରମିତ ହେବା ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଚିନ । ସେ ଲେଖିଛନ୍ତି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ଭିତରେ ସୁସ୍ଥ ହୋଇ ଫେରିବେ ବୋଲି ଆଶା ରଖିଛନ୍ତି । ଏଥିସହିତ ଲୋକଙ୍କୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସଚିନ । ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଜାଣିବା ପରେ ସଚିନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଦ୍ରୁତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗତ ୨୨ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ ସଚିନ ତେନ୍ଦୁଲକର । ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ସଂକ୍ରମିତ ହେବାର ଛଅ ଦିନ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଆରୋଗ୍ୟ କାମନା କରିଥିବାରୁ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ ତେନ୍ଦୁଲକର । ଏଥିସହ ଭାରତ ୨୦୧୧ ବିଶ୍ୱକପ୍ ବିଜୟୀ ହେବାକୁ ଆଜି ୧୦ବର୍ଷ ପୂରିଥିବାରୁ ଭାରତୀୟ ଓ ସାଥି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟରବ୍ଲାଷ୍ଟର ।

Leave A Reply

Your email address will not be published.