Latest Odisha News

[ଦେଖନ୍ତୁ ଭିଡିଓ] ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କ ଉନ୍ମତ୍ତ କାଣ୍ଡ । ସ୍ୱିମିଂ ପୁଲରେ ଗାଧୋଇଲେ, ପ୍ରଧାନମନ୍ତ୍ରୀଙ୍କ ବେଡ୍ ରୁମରେ କଲେ ରେସ୍ଲିଂ

କଲମ୍ବୋ :  ଶ୍ରୀଲଙ୍କାରେ ଲୋକେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ  ଧସେଇ ପଶିବା ସହ ପୁରା ଭବନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ରାଷ୍ଟ୍ରପତି ଭବନ ପରିସରକୁ ଲୋକେ ପଶିବା ପରେ ସବୁ ଅଞ୍ଚଳକୁ ଖେଦି ଯାଇଥିଲେ । ଏଥିରେ ରାଷ୍ଟ୍ରପତିଙ୍କ ଶୟନକକ୍ଷ ଓ ପ୍ରଶାଧାନ କକ୍ଷ ମଧ୍ୟ ବାଦ ପଡିନଥିଲା। ଲୋକେ ସ୍ୱିମିଂ ପୁଲରେ ଭରପୁର ମଜା ନେବା ପରେ ଶୟନ କକ୍ଷର ମଖମଲି ଖଟରେ ମଧ୍ୟ ଗଡିଛନ୍ତି । କେବଳ ଏତିକି ନୁହେଁ ରାଷ୍ଟ୍ରପତି ଭବନ ପରିସରର ବିଳାଶମୟ ସ୍ୱିମିଂ ପୁଲରେ ଓ ଜିମ୍ନାସିୟମର ମଧ୍ୟ ଭରପୁର ଉପଯୋଗ କରିଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦେଶ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ସରକାର ଏହାର ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ଫଳରେ ଲୋକେ ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ରାଷ୍ଟ୍ରପତି ଭବନକୁ ପଶିଛନ୍ତି। ଲୋକଙ୍କ ରାଷ୍ଟ୍ରପତି ଭବନରେ ଅନୁପ୍ରବେଶର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଲୋକେ ରାଷ୍ଟ୍ରପତି ଭବନକୁ ଧଶେଇ ପଶିବା ବେଳକୁ ରାଷ୍ଟ୍ରପତି ସ୍ଥାନ ଛାଡି ସାରିଥିଲେ। ଲୋକେ କେବଳ ରାଷ୍ଟ୍ରପତି ଭବନ ନୁହେଁ ପ୍ରଧାନମନ୍ତ୍ରୀଙ୍କ ଅଧିକାରୀକ ବାସଭବନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।

ଏହାରି ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଘରୁ କୋଟି କୋଟି ଟଙ୍କା ନଗଦ ପ୍ରଦର୍ଶନକାରୀଙ୍କ ହାତରେ ଲାଗିଛି । ସୋସିଆଲ ମିଡିଆରେ କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକଙ୍କୁ ନୋଟ୍ ଗଣୁଥିବାର ଦେଖାଯାଇଛି ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଶୟନ କକ୍ଷରେ ଲୋକଙ୍କୁ ଖଟ ଉପରେ କୁସ୍ତି କରୁଥିବା ଦେଖା ଯାଇଛି। ଶ୍ରୀଲଙ୍କା ପରିସ୍ଥିତି ଉପରେ ସାରା ଦୁନିଆର ଏବେ ଆଖି। ଏଥିରେ ଏଠାରୁ ଆସୁଥିବା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

ସେପଟେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଭବନରେ ଥିବା ଲାଇବ୍ରେରୀରୁ ବହି ବୋହି ନେଉଛନ୍ତି ପ୍ରଦର୍ଶନକାରୀ । ଲାଇବ୍ରେରୀରୁ ବହି ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି ।

Leave A Reply

Your email address will not be published.