Latest Odisha News

BREAKING NEWS

‘କାଳୀ’ ନିର୍ଦ୍ଦେଶିକା ଲୀନା ମନିମେକାଲାଇଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ

ଭୁବନେଶ୍ବର: ସିଗାରେଟ ଟାଣୁଥିବା କାଳୀ ଦେବୀଙ୍କ ପୋଷ୍ଟର ପାଇଁ ଘୋର ବିବାଦ ଭିତରେ ଫସିଥିବା ଫିଲ୍ମ ନିର୍ଦ୍ଦେଶିକା ଲୀନା ମନିମେକାଲାଇଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଆସୁଛି । ଲୀନା ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ଗୋଟିଏ ସ୍କ୍ରିନସଟ୍ ସେୟାର କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ଘୃଣ୍ୟ ଭାଷାରେ ଦୁଷ୍କର୍ମ ପାଇଁ ଧମକ ଦେଇଛନ୍ତି । ଏହା ସହିତ ତାଙ୍କ ନିକଟକୁ ଶହଶହ ହତ୍ୟା ଧମକ ଆସୁଛି ବୋଲି ଲୀନା ଟ୍ବିଟରରେ ଲେଖିଛନ୍ତି ।

https://twitter.com/LeenaManimekali?s=20&t=qO5giYhyizw9wWGK2ClTsQ

ଦିନକ ପୂର୍ବରୁ ଲୀନା ଭୟଭୀତ ଅଛନ୍ତି ବୋଲି ସୋସିଆଲ ମିଡିଆରେ ତାଙ୍କ ଅନୁଭବ ପ୍ରକାଶ କରିଥିଲେ । ତାଙ୍କୁ ଏବଂ ପରିବାରକୁ ବିଭିନ୍ନ ଆଡୁ ହତ୍ୟା ଧମକ ଆସୁଛି ଯେଉଁଥିପାଇଁ ସେ ଏବଂ ପରିବାର ଭୟଭୀତ ରହୁଥିବା ସେ ଲେଖିଥିଲେ ।

ଶନିବାର ଲୀନା ତିନୋଟି ଟ୍ବିଟ କରିଛନ୍ତି, ସେଥିରେ ତାଙ୍କ ପ୍ରତି ହେଉଥିବା ମାନସିକ ଅତ୍ୟାଚାର ଏବଂ ଆକ୍ରମଣ ବିଷୟରେ ଉଲ୍ଲେଖ କରିଛନ୍ତି । ଲୀନା ଶନିବାର କିଛି ଟ୍ବିଟ୍ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କୁ ଅତ୍ୟନ୍ତ ଅଭଦ୍ର ଭାଷାରେ ଗାଳି ଏବଂ ହତ୍ୟା ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି ।

ଲୀନା ଏହି ସବୁ ଧମକକୁ ନେଇ ଭାରତୀୟ ପୋଲିସକୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ପୋଲିସ, ଲକ୍ଷ୍ନୌ ପୋଲିସ ଏବଂ ଗୁଆହାଟ୍ଟୀ ପୋଲିସକୁ ସମାଲୋଚକ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ, ଭାରତରେ ଲୋକେ ତାଙ୍କୁ ଖୋଲାଖୋଲି ହତ୍ୟା ଓ ଦୁଷ୍କର୍ମ ଧମକ ଦେଉଛନ୍ତି । ପୋଲିସ ତାଙ୍କୁ ଧରୁନି କିନ୍ତୁ ଲୀନାଙ୍କ ପଛରେ ଏତଲା ରୁଜୁ କରି ଖୋଜି ବୁଲୁଛି ।

Leave A Reply

Your email address will not be published.