ଚିଲିକା: ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ପ୍ରତି ବର୍ଷ ଶୀତ ଆରମ୍ଭ ହେଇଗଲେ ସୁଦୁର ସାଇବେରିଆ ଇଣ୍ଡୋନେସିଆରୁ ପକ୍ଷୀଙ୍କ ସମାଗମ ହୋଇଥାଏ ।ଏହି ପକ୍ଷୀ ସବୁ ଆକାଶ ପଥରେ ପ୍ରାୟ ଦେଢ଼ ହଜାର କିଲୋମିଟର ରୁ ଅଧିକ ବାଟ ରୁ ଉଡି ଆସିଥାନ୍ତି ଚିଲିକାକୁ ଖାଦ୍ୟ ଅନ୍ୱେଷଣରେ ପ୍ରାୟ ୨୦୦ପ୍ରଜାତିରୁ ବେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ।
ପ୍ରାୟ ଶହେରୁ ଉର୍ଦ୍ଧ ପ୍ରଜାତିର ପକ୍ଷୀ ଯଥା ସୋଭଳର, ପିଣ୍ଟେଲ ,ଗଡ଼ଉଇଟ ଅଧିକ ସଂଖ୍ୟାରେ ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ ପକ୍ଷୀଙ୍କ ସମାଗମ ହୋଇଛି । ହେଲେ ପାଣିପାଗରେ ସମସ୍ୟା ଯୋଗୁଁ କମ ସଂଖ୍ୟାରେ ପକ୍ଷୀ ଆସିଛନ୍ତି ଚିଲିକାକୁ । ଆଉ ଏହି ସବୁ ବିଦେଶୀ ପକ୍ଷୀ ଦେଖିବା ପାଇଁ ବିଭିନ୍ନ ସ୍ଥାନ ମାନଙ୍କରୁ ଲାଗିଲାଣି ଲୋକଙ୍କ ଭିଡ । ପର୍ଯ୍ୟଟକଙ୍କ ପାଇଁ ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡି ଚିଲିକା କୂଳରେ ଡ଼ଙ୍ଗା ର ବ୍ୟବସ୍ଥା ରହିଛି ।. ଏହାସହିତ ଇକୋ କଟେଜ ମଧ୍ୟ ରହିଛି। ପର୍ଯ୍ୟଟକ ସୁବିଧାରେ ବୁଲିବା ସହିତ ରହିବା ଖାଇବା ବ୍ୟବସ୍ଥା ରହିଛି ।
ସେପଟେ ପକ୍ଷୀଙ୍କ ଆଗମନ ନେଇ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ସୁରକ୍ଷା କ୍ୟାମ୍ପ ଗଠନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଡିଭିଜନ ରେ କୋଡିଏଟି କ୍ୟାମ୍ପ ଗଠନ ହୋଇଛି। ସେଥି ମଧ୍ୟରୁ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧୀନରେ ଚିଲିକା କୂଳରେ , ଏଗାରଟି କ୍ୟାମ୍ପ ଗଠନ ହୋଇଛି । ପ୍ରତ୍ୟକ କ୍ୟାମ୍ପରେ ଜଣେ ବନ୍ୟପ୍ରାଣୀ କର୍ମଚାରି ସହିତ ତିନି ଜଣ ଲୋକାଲ ଗାର୍ଡ ମଧ୍ୟ ରହିଛନ୍ତି ।
Comments are closed.