Latest Odisha News

BREAKING NEWS

ପ୍ରତ୍ୟେକ ବୈଧ ଭୋଟ୍‌ ଗଣାଯିବା ଉଚିତ; ମେଲାନିଆ ଟ୍ରମ୍ଫ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ୍‌ଙ୍କଠାରୁ କଡ଼ା ପରାଜୟର ସମ୍ମୁଖୀନ ହୋଇଛନ୍ତି। ବାଇଡେନ୍‌ଙ୍କୁ ୨୯୦ ନିର୍ବାଚନ ଭୋଟ୍ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ ଟି ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ। ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ହେବାକୁ ୨୭୦ ନିର୍ବାଚନୀ ଭୋଟ୍ ଆବଶ୍ୟକ। ଟ୍ରମ୍ପ ଏଥର ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ହୋଇଛନ୍ତି ସତ, କିନ୍ତୁ ଭୋଟର ଗଣନା ଏବେ ବି ଜାରି ରହିଛି।

ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଭୋଟ୍‌ ଗଣନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମେଲାନିଆ କହିଛନ୍ତି ଯେ ଆମେରିକାର ଲୋକମାନେ ଉଚିତ ନିର୍ବାଚନ ପାଇବାକୁ ହକଦାର। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ବୈଧ ଭୋଟ୍ ଗଣାଯିବା ଉଚିତ ଏବଂ ଅବୈଧ ଭୋଟ୍ ନୁହେଁ। ସେ ଆହୁରି କହିଛନ୍ତି ଯେ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ପାରଦର୍ଶିତା ସହିତ ରକ୍ଷା କରିବା ଉଚିତ।

ଏଥି ସହିତ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଗତ ଦୁଇ ସପ୍ତାହ ମଧ୍ୟରେ ମୋତେ ବହୁତ କିଛି ଶିଖିବାକୁ ମିଳିଲା। ସେ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଟ୍ରମ୍ପ ଟ୍ୱିଟ୍ କରିଛନ୍ତି ଯେ କେବେଠାରୁ ଲେମଷ୍ଟ୍ରିମ୍ ମିଡିଆ କହୁଛି ଆମର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ? ଉଲ୍ଲେଖନୀୟ କଥା ହେଉଛି, ଭୋଟ୍ ଗଣନାରେ ତ୍ରୁଟି ଥିବା ନେଇ ଟ୍ରମ୍ପ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରିଦେଇଥିଲେ।

Leave A Reply

Your email address will not be published.