Latest Odisha News

BREAKING NEWS

ଓବେସୀଙ୍କୁ ଗୁଳିମାଡ ଘଟଣାର ଖୋଲୁଛି ଗୁମର, କେନ୍ଦ୍ର ସରକାର ଦେଲେ ‘Z’ କ୍ୟାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ଏଆଇଏମଆଇଏମ ସଭାପତି ଆସାଦୁଦ୍ଦିନ ଓବେସୀଙ୍କୁ କାର ଉପରକୁ ଗୁଳିମାଡ ଘଟଣାର ବଡ ଖୁଲାସା । ଓବେସୀ କହିଛନ୍ତି ସମସ୍ତେ ଜାଣଥିଲେ ଆମେ ମେରୁଟରୁ ଦିଲ୍ଲୀ ଯାଇଛୁ । ଅଟୋମୋବାଇବେ ଟୋଲ ପ୍ଲାଜା ନିକଟରେ ଗାଡି ସ୍ଲୋ ହୁଏ ସେହି ସମୟରେ ଆକ୍ରମଣକାରୀ ମାନେ ଗୁଳିମାଡ କରିଥିଲେ ।

ପ୍ରାୟ ୪ ରାଉଣ୍ଡୁ ଗୁଳିମାଡ ହୋଇଥିଲା ଏହି ସମୟରେ । ସେପଟେ ଏ ଘଟଣାକୁ ନେଇ ଗୁଳି ଚଳାଇଥିବା ଅଭିଯୁକ୍ତକୁ ପୋଲିସ ପଚରା ଉଚରା କରି ଜାରି ରଖିଛନ୍ତି । ଖୁବ ଶୀଘ୍ର ସତ୍ୟତା ସାମ୍ନାକୁ ଆସିବ ବୋଲି ପୋଲିସ କହିଛନ୍ତି ।ସୂଚନା ଅନୁସାରେ ଏହି ଘଟଣା ଘଟିବା ପରେ ଜଣେ ଅଭିଯୁକ୍ତ ଗାଜିଆବାଦ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା ।ପୋଲିସ ଏହି ଅଭିଯୁକ୍ତକୁ ପଚରା ଉଚରା କରି ଘଟଣାର ସତ୍ୟତା ସାମ୍ନାକୁ ଆଣୁଛି।

ଏହି ସବୁ ବିପଦ ଦୃଷ୍ଟିରୁ ଓବେସୀଙ୍କୁ ଜେଡ ବର୍ଗରସୁରକ୍ଷା ଦେବାପାଇଁ ବର୍ଗର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ହେଲା ଏହା ପୂର୍ବରୁ ଓବେସୀ ସୁରକ୍ଷା ନେବାକୁ ମନା କରିଦେଇଥିଲେ । ଏପର୍ଯ୍ୟନ୍ତ ମୁଁ କୌଣସି ସୁରକ୍ଷା ନେଇନାହିଁ । ମୋ ଜୀବନକୁ ସୁରକ୍ଷା ଦେବା ଦାୟିତ୍ୱ ସରକାରଙ୍କ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.