Latest Odisha News

BREAKING NEWS

[ଭିଡ଼ିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର

ପାରାଦୀପ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁର ମାହୋଲ ଏବେ ସରଗରମ । ତେବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ନୁଆଗଡ ପଞ୍ଚାୟତ, ଯେଉଁ ପଞ୍ଚାୟତ ଅଧିନରେ ଇଫକୋ ସାର କାରଖାନା ଓ ଆର୍ସେଲର ମିତ୍ତଲ-ନିପ୍ପନ ଭଳି ଦୁଇଟି ବଡ କାରଖାନା ରହିଛି । ହେଲେ ଦୀପ ତଳ ଅନ୍ଧାର ଭଳି ବେରୋଜଗାରୀ, ରାସ୍ତା ଓ ପାନୀୟଜଳ ସମସ୍ୟା ଏହି ନୂଆଗଡ ପଞ୍ଚାୟତ ର ପ୍ରମୁଖ ସମସ୍ୟା ।

ଏହି ପଞ୍ଚାୟତରେ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ସମର୍ଥିତ ତିନଜଣ ସରପଞ୍ଚ ଓ ତିନିଜଣ ପ୍ରାଥି ସମିତି ସଭ୍ୟ ପାଇଁ ନିର୍ବାଚନ ଲଢ଼ୁଛନ୍ତି । ସମସ୍ତେ ଏହି ବେରୋଜଗାରୀ, ପାନୀୟଜଳ, ରାସ୍ତା ସମସ୍ୟା ଓ ବିସ୍ଥାପନ ସମସ୍ୟା କୁ ସମାଧାନ କରିବାର ପ୍ରତିଶ୍ରୁତି ନେଇ ଭୋଟରଙ୍କ ନିକଟକୁ ଯାଉଛନ୍ତି । ସମସ୍ତେ ଆଶାବାଦୀ ଚଳିତ ନିର୍ବାଚନରେ ଜିତିବେ, ମାତ୍ର ଭୋଟର ସମସ୍ତଙ୍କୁ ପରଖି ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ପ୍ରକାଶ କରିଛନ୍ତି ।

ଆଜି ପିପିଲି ଭାରତୀପୁର ପଂଚାୟତ ରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ ରୁଦ୍ର ମହାରଥୀଙ୍କ ପତ୍ନୀ ଜାଗୃତି । ତା ସହିତ  ଜିଲାପରିସଦ ପାର୍ଥ, ସରପଞ୍ଚ ପାର୍ଥି ଏବଂ ସମିଟିସଭ୍ୟ ପାର୍ଥି ନିଜ ନିଜର ପୁସିଙ୍ଗ କାର୍ଡ ଦେଇ ଭୋଟରଙ୍କୁ ଆକୃଷ୍ଟ କରିଥିଲେ।

Comments are closed, but trackbacks and pingbacks are open.