Latest Odisha News

BREAKING NEWS

ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ଏସପି

ପୁରୀ: ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏଭଳି ଅଭିଯୋଗ ସାମାନକୁ ଆସିଛି । ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତକଙଙ୍କ ନାଁ କେ. ରମେଶ ଓ ଘ ବଳିଆପଣ୍ଡ ଫାଦର ସ୍କୁଲ ଅଞ୍ଚଳରେ ।

ଗତକାଲି କେ. ରମେଶଙ୍କୁ କୌଣସି ମାମଲାରେ ପଚରାଉଚରା ପାଇଁ ଥାନାକୁ ଆଣିଥିଲା ପୋଲିସ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ମର ଶରୀରକୁ ପୁରୀ ଡାକ୍ତରଖାନାର ମର୍ଗ ରୁମରେ ରଖାଯାଇଛି । ସେଠାରେ ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ ଫୋର୍ସ ।

ସେପଟେ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂ । ସେ କହିଛନ୍ତି, ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କେ. ରମେଶଙ୍କର ମୃତ୍ୟୁ ହୋଇଛି । କାଲି ତାଙ୍କୁ ଗିରଫ କରାଯାଇଥିଲା ।

ପୁରୀ ଏସପି କହିଛନ୍ତତି, ଥାପି ହାଜତ ମୃତ୍ୟୁ ନେଇ ମାମଲାର ତଦନ୍ତ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ।

Leave A Reply

Your email address will not be published.