Latest Odisha News

BREAKING NEWS

ଅସହାୟ ଶିଶୁକୁ ଥଇଥାନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଯାଜପୁର: ଯାଜପୁର ଜିଲ୍ଲା ଚଳ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଏକ ଅସହାୟ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶୁକ୍ରବାର ସୁକିନ୍ଦା ବ୍ଳ୍‌କ କୁଆଁସ ପଞ୍ଚାୟତର ଚିରୁସାହିରେ ରହୁଥିବା ଏକ ଅସହାୟ ଶିଶୁ କନ୍ୟା ସଂପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଶ୍ରୀ ରାଠୋର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରେଖା ଥଟାରୀ ନାମକ ୮ ବର୍ଷର ଏହି ବାଳିକା ନିଜର ପିତା ମାତାଙ୍କ ମୃତ୍ୟୁ ପରେ ନିଜ ଜନ୍ମ ସ୍ଥାନ ସାରୁଆବିଲିରୁ ଆସି ଦାଦାଙ୍କ ଘର ଚିରୁସାହିରେ ରହୁଥିଲେ । ନିଜର ସାବାଳକ ବଡ ଭାଇ ସହ ସେ ଦାଦା ଘରେ ରହି ମୁକରଙ୍ଗୀ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ । ତେବେ ଶିଶୁଟିର ଉପଯୁକ୍ତ ଲାଳନ ପାଳନ ଓ ଦେଖାଶୁଣାରେ ଅସୁବିଧା ପରିଲକ୍ଷିତ ହେଉଥିବା ଶିଶୁ ସୁରକ୍ଷା କର୍ମକର୍ତ୍ତା ଅନୁଧ୍ୟାନରୁ ଦେଖିଥିଲେ । ଶିଶୁ ସୁରକ୍ଷା କର୍ମକର୍ତ୍ତା ମିହିର କୁମାର ଜେନା, ରବିନ୍ଦ୍ର ନାଥ ସେଠୀ ପ୍ରମୁଖ ରେଖାଙ୍କ ଘର ଅନୁଧ୍ୟାନ କରିବା ପରେ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ମିଲିଟାରୀ ଚ୍ଥକ ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁ ଗୃହରେ ଥଇଥାନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଶିଶୁର ସ୍ଥିତି ସଂପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ସୂଚନା ଦିଆଯିବା ପରେ ଶିଶୁ ମଙ୍ଗଳ କମିଟିର ସୁପାରିଶ କ୍ରମେ ଅନ୍ନପୂର୍ଣ୍ଣା ଶିଶୁ ଗୃହରେ ରେଖାକୁ ରଖାଯାଇଥିଲା ।

ସେଠାରେ ରେଖାର ରହିବା, ଖାଇବା, ପଢିବା, ସ୍ୱାସ୍ଥ୍ୟ ସୁବିଧାର ମଧ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା ରହିଚ୍ଥି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି । ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଗଠିତ ହୋଇଥିବା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ସରପଞ୍ଚ ମାନେ ଏହିଭଳି ଅବହେଳିତ ଅବସ୍ଥାରେ ରହିଥିବା ଶିଶୁ ମାନଙ୍କ ସଂପର୍କରେ ଅବଗତ ହେବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଚ୍ଥନ୍ତି ।

Comments are closed.