Latest Odisha News

BREAKING NEWS

ସାତ ରଙ୍ଗର ପାହାଡ଼ ଉଲୁରୁ

ଭୁବନେଶ୍ୱର: ଆମ ଚାରିପଟେ ଥିବା ରହସ୍ୟ ଗୁଡିକ ଉପରେ ଅଳ୍ପ ବହୁତ ଜାଣିଲେ । ହେଲେ ଏବେ ଦେଖିବା କିଛି ବିଚିତ୍ର ପାହାଡକୁ ନେଇ ଖବର । ଏ କୌଣସି ସାଧାରଣ ପାହାଡ ନୁହେଁ । ତୁୂହାକୁ ତୁହା ରଙ୍ଗ ବଦଳାଉଥିବା ପାହାଡ । ଏହାକୁ ଉଲୁରୁ ପାହାଡ ବୋଲି କୁହନ୍ତି
ଜୀବ ଜନ୍ତୁ ରଙ୍ଗ ବଦଳାଉଥିବା ଆମେ ଜାଣିଛେ । ହେଲେ ପାହାଡ ରଙ୍ଗ ବଦଳାଉଥିବା କଥା ଶୁଣିଲେ ବେଶ୍ ଆଶ୍ଚର୍ଯ୍ୟ ଲାଗେ । ଏହି ଘଟଣା ବିଚିତ୍ର ହେଲେ ବି ସତ । ଏହି ଭଳି ରଙ୍ଗ ବଦଳାଉଥିବା ପାହାଡ ଅଷ୍ଟ୍ରେଲିଆରେ ରହିଛି ।

ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସକାଳରୁ ରାତି ଯାଏ ଏହି ପାହାଡ ରଙ୍ଗ ବଦଳାଉଥିବାର ଦେଖିବାକୁ ମିଳିଥାଏ । ହେଲେ ଏହାର କାରଣ କିନ୍ତୁ ଏବେ ବି ଅସ୍ପଷ୍ଟ ରହିଛି । ସବୁ ଦିନ ମାସ ପ୍ରତିଦିନ ରଙ୍ଗ ବଦଳାଇବା ଯେମିତି ତାର ଧର୍ମ । ତେବେ ଏହି ପାହଡ ଅଞ୍ଚଳରେ କିଛି ଆଦିବାସୀ ରହିଥାନ୍ତି । ଏହି ପାହାଡ ଦେଖିବାକୁ ଅଣ୍ଡାକାର ଭଳି । ୩୩୫ ମିଟର ଉଚା ହୋଇଥିବା ବେଳେ ଏହାର ରଙ୍ଗ ସାଧାରଣତଃ ଲାଲ୍ ହୋଇଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହାର ଚମତ୍କାର ରଙ୍ଗ ପରିବର୍ତ୍ତନ ହୋଇଥାଏ ।

ଯାହା ଦେଖିବାକୁ ବେଶ୍ ଲୋଭନୀୟ । ସୂର୍ଯ୍ୟ କିରଣର ପ୍ରଖର ଅନୁସାରେ ଏହାର ରଙ୍ଗ ପରିବର୍ତ୍ତନ ହୋଇଚାଲିଥାଏ । ତେବେ ଏହି ପଥରର ସରଂଚନା ସ୍ୱତନ୍ତ୍ର । ସବଠାରୁ ବଡ଼କଥା ହେଲା ରଙ୍ଗର ପରିବର୍ତ୍ତନ ଯୋଗୁ ଏଠାକାର ଆଦିବାସୀ ମାନେ ଏହାକୁ ଇଶ୍ୱରଙ୍କ ଘର ବୋଲି ମଧ୍ୟ କହିଥାନ୍ତି । ଏଠାରେ ଥିବା ଗୁମ୍ଫାରେ ମଧ୍ୟ ପୂଜାଚ୍ଚ୍‌ର୍ନା କରାଯାଉଥିଲା ।

ହଜାର ହଜାର ବର୍ଷ ହେଲା ରହିଆସିଛି ଏହି ପାହାଡ । ତେବେ ଦୁନିଆରେ ଅନ୍ୟ କୌଣସି ସ୍ଥାନରେ ଏହିଭଳି ରଙ୍ଗ ବଦଳାଉଥିବା ପାହାଡ ଦେଖିବାକୁ ମିଳେନି । ହେଲେ ଏହି ସ୍ଥାନରେ କିଭଳି ସୁନ୍ଦର ଭାବେ ରଙ୍ଗ ବଦଳାଉଛି ତାହା ଆଖିକୁ ଦେଖାଯାଉଥିଲେ ବି ସତ । ହେଲେ ତାର କାରଣ କିନ୍ତୁ ଏବେ ବି ଅସ୍ପଷ୍ଟ ରହିଛି . . .ରଙ୍ଗ ବଦଳାଇବାର ରହସ୍ୟ ରହସ୍ୟ ଭିତରେ ହିଁ ରହିଯାଇଛି ।

 

Leave A Reply

Your email address will not be published.