Latest Odisha News

BREAKING NEWS

ରହସ୍ୟମୟ ତକ୍ଷକ ନାଗଚନ୍ଦ୍ରେଶ୍ୱର ମନ୍ଦିର

ଭୁବନେଶ୍ୱର: ଉଜ୍ଜୟିନୀର ରହସ୍ୟମୟ ମନ୍ଦିର । ବର୍ଷ ତମାମ ବନ୍ଦ ରହିଥାଏ । ଆଉ ବର୍ଷକୁ ଗୋଟିଏ ଦିନ ଖୋଲିଥାଏ । ବର୍ଷକ ୩୬୫ ଦିନରେ ନାଗ ପଞ୍ଚମୀ ଦିନ ଏହି ମନ୍ଦିର ଖୋଲିବାର ରହିଛି ପରମ୍ପରା । ଆଉ ଗୋଟିଏ ଦିନ ଭଗବାନଙ୍କ ଦର୍ଶନ ମିଳୁଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ । ମହାକାଳ ମନ୍ଦିର ପରେ ପରେ ଆସିଥାଏ ଏହି ନାଗଚନ୍ଦ୍ରେଶ୍ୱର ମନ୍ଦିର । ଯେଉଁଠି ପୂଜା ପାଉଛନ୍ତି ତକ୍ଷକ ନାଗ । କୁହାଯାଏ ଏହି ନାଗ ହେଉଛି ମନ୍ଦିରର ରକ୍ଷାକର୍ତ୍ତା ଯାହାକୁ ନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ । ଆଉ ଏହି କିମ୍ବଦନ୍ତୀ ଆଧାରରେ ତକ୍ଷକଙ୍କୁ ମନ୍ଦିରର ରକ୍ଷାକର୍ତ୍ତା ଭାବେ ମାନିଥାନ୍ତି ।

ନାଗପଞ୍ଚମୀରେ ଶ୍ରଦ୍ଧାଳୁ ମାନେ କ୍ଷୀର ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ତକ୍ଷକଙ୍କ ଦର୍ଶନ କରିଲେ ଅଶେଷ ପୁଣ୍ୟ ମିଳିବା ସହିତ ନାଗଦୋଷରୁ ମିଳିଥାଏ ମୁକ୍ତି । ତେବେ ଆଜି ଯାଏଁ ଏଠାରେ ଭଗବାନଙ୍କୁ କେହି ବି ସମ୍ପୁର୍ଣ୍ଣ ଦର୍ଶନ କରିପାରିନାହାନ୍ତି । ଭାଗ୍ୟରେ ଥିଲେ କେବଳ ନାଗ ନୟନ ଦର୍ଶନ ହୋଇଥାଏ ।

ଗୋଟିଏ ଦିନ ପାଇଁ ମନ୍ଦିର ଖୋଲା ଯାଉଥିଲେ ବି ଆଜି ଯାଏ କେହି ବି ସମ୍ପୁର୍ଣ୍ଣ ଦର୍ଶନ କରିପାରିନାହାନ୍ତି । । ଆଜିଯାଏ ସ୍ଥାନୀୟ ଲୋକ ବି ମନ୍ଦିରର ରହସ୍ୟ ନେଇ ଅବଗତ ହୋଇପାରିଲେନି । ଯାହାକି ଏବେ ବି ବହୁ ରହସ୍ୟର ଗନ୍ତାଘର ପାଲଟିଛି । ଏମିତିି କିଛି ରହସ୍ୟମୟ ଖବର ନେଇ ଆଜି ଦେଖିବା ଉଜ୍ଜୟିନୀର ଏହି  ରହସ୍ୟମୟ ମନ୍ଦିର.. ..

Leave A Reply

Your email address will not be published.