Latest Odisha News

ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଅଡୁଆରେ ଫଶିଲା ଟ୍ୱିଟର। ନୂଆ ଆଇଟି ନିୟମ ମାନିବାକୁ ନେଇ ଟ୍ୱିଟର ଚାପରେ ଥିବା ବେଳେ ଟ୍ବିଟରର ବିରୋଧରେ ଆଉ ଏକ ଅଭିଯୋଗ ଆସିଛି। ଟ୍ୱିଟର ଦେଶରେ ‘ସାମ୍ପ୍ରଦାୟିକ ଘୃଣା ବିସ୍ତାର’ ଓହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଅପମାନିତ କରିବା ଅଭିଯୋଗରେ ଏଫଆଇଆର ପଞ୍ଜିକରଣ କରିବାକୁ କହିଛନ୍ତି।

ଓକିଲ ଆଦିତ୍ୟ ସିଂ ଦେଶୱାଲଙ୍କ ଦ୍ବାରା ଏହି ଅଭିଯୋଗ ଦାଖଲ କରାଯାଇଛି ଏବଂ ଦିଲ୍ଲୀ ପୋଲିସର ଡିସିପି ସାଇବର ସେଲକୁ ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏମ୍‌ଡି ମନୀଷ ମହେଶ୍ୱରୀ ଏବଂ ଟ୍ୱିଟର ଇଣ୍ଡିଆର ପବ୍ଲିକ୍ ପଲିସି ମ୍ୟାନେଜରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ କରାଯାଇଥିବା ଜଣାପଡ଼ିଛି।

Comments are closed.