Latest Odisha News

ଆଶାରାମ ବାପୁ ଅସୁସ୍ଥ, ଏମ୍ସରେ ଭର୍ତି

ନୂଆଦିଲ୍ଲୀ: ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଏମ୍ସରେ ଭର୍ତି କରାଯାଇଛି । ୮୦ ବର୍ଷୀୟ ଆଶାରାମଙ୍କୁ ୪୮ ଘଂଟା ଯୋଧପୁର ଏମ୍ସରେ ସମ୍ପୂର୍ଣ୍ଣ ଭାବେ ଅବଜରଭେସନରେ ରଖାଯିବ । ୨୦୧୩ରେ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ସେ ଯୋଧପୁର ସେଂଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

ତାଙ୍କୁ ଡାକ୍ତଖାନା ନେବା ସମୟରେ ସମର୍ଥକମାନେ ଗହଳି କରିଥିଲେ । ପୋଲିସକୁ ଏହାର ପୂର୍ବାନୁମାନ ଥିବାରୁ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥିଲା । ଚଳିତ ବର୍ଷ ସେ କରୋନା ସଂକ୍ରମିତ ହୋଇଥିଲେ । ସ୍ଥାନୀୟ ଏମଡିଏମ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ ।

Comments are closed.