Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ଆତ୍ମଘୋଷିତ ଗଡ୍‌ମ୍ୟାନ ଅସାରାମ ବାପୁ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଛାତି ଯନ୍ତ୍ରଣା, ଅସ୍ଥିରତା, ଆଣ୍ଠୁରେ ଅସ୍ୱାଭାବିକତା ଏବଂ ଅନ୍ୟାନ୍ୟ ଅସୁସ୍ଥତା ଅନୁଭବ କରିବା ପରେ ଆତ୍ମଘୋଷିତ ଗଡମ୍ୟାନ ଅସାରାମ ବାପୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବଳାତ୍କାର ମାମଲାରେ ସେ ଯୋଧପୁର କେନ୍ଦ୍ରୀୟ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ଆଶାରାମଙ୍କୁ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡକୁ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ମଥୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଜଣେ ହୃଦରୋଗ ବିଶେଷଜ୍ଞ ମଧ୍ୟ ତାଙ୍କୁ ଯାଞ୍ଚ କରିଥିଲେ।

ରିପୋର୍ଟ ଅନୁଯାୟୀ ହସ୍ପିଟାଲର ଅଧୀକ୍ଷକ ଡକ୍ଟର ଏମ.କେ ଆସେରୀ କହିଛନ୍ତି ଯେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆସାରାମଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କ ECG ରିପୋର୍ଟରେ ରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।

ଅଗଷ୍ଟ ୧୫, ୨୦୧୩ ରାତିରେ ଯୋଧପୁର ନିକଟ ମାନାଇ ଅଞ୍ଚଳରେ ଆଶାରାମ ବାପୁ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

Comments are closed.