Latest Odisha News

BREAKING NEWS

ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ, ଆସନ୍ତାକାଲି ଦଣ୍ଡ ଦେବେ କୋର୍ଟ

ଗାନ୍ଧୀନଗର: ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର(ଜାନୁଆରୀ ୩୦) ମାମଲାରେ ଶୁଣାଣି କରି ଗୁଜରାଟ ଗାନ୍ଧୀନଗର କୋର୍ଟ ଆଶାରାମ ବାପୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

୨୦୧୩ ସୁରତର ଦୁଇ ଭଉଣୀଙ୍କୁ ଦୁଷର୍ମ ଅଭିଯୋଗରେ ଗାନ୍ଧୀନଗର ସେସନ କୋର୍ଟ ଆଶାରାମ ବାପୁକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିରେ ଆଶାରାମଙ୍କ ପୁଅ ନାରାୟଣ ସାଇଁ ବି ଅଭିଯୁକ୍ତ ଥିଲା।

କେବଳ ନାରାୟଣ ସାଇ ନୁହଁନ୍ତି ଆଶାରାମ ବାପୁଙ୍କ ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଓ ଅନ୍ୟ ୪ ମହିଳା ଭକ୍ତ- ଧ୍ରୁବବେନ, ନିର୍ମଳା, ଜସ୍ସୀ ଓ ମୀରାଙ୍କୁ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ହେଲେ ଗାନ୍ଧୀନଗର କୋର୍ଟ ଏମାନଙ୍କୁ ଅଭିଯୋଗରୁ ମୁକ୍ତ କରି ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ। ଆଶାରାମ ବର୍ତ୍ତମାନ ଯୋଧପୁର ଜେଲ୍‌ରେ ବନ୍ଦୀ ଅଛନ୍ତି। ଆସନ୍ତାକାଲି ତାଙ୍କର ଦଣ୍ଡବିଧାନ ହେବ।

ଦୁଇ ଭଉଣୀ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

୨୦୧୩ରେ ସୁରତର ଦୁଇ ଭଉଣୀ ନାରାୟଣ ସାଇ ଓ ତା ବାପା ଆଶାରାମ ବାପୁ ବିରୋଧେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସାନ ଭଉଣୀଙ୍କ ଅଭିଯୋଗ କ୍ରମେ ନାରାୟଣ ସାଇ ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ସାନ ଝିଅର ସୁରତରେ ଆଶାରାମଙ୍କ ଆଶ୍ରମରେ ରହୁଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ।

ସେହିପରି ବଡ଼ ଭଉଣୀ ଆଶାରାମ ବାପୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଅହମଦାବାଦ ଆଶ୍ରମରେ ଆଶାରାମ ତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଛନ୍ତି ବୋଲି ବଡ଼ ଭଉଣୀ ଅଭିଯୋଗ ଆଣିଥିଲେ। ଦୁଇ ଭଉଣୀ ଭାପ-ପୁଅଙ୍କ ବିରୋଧରେ ଅଲଗା ଅଲଗା ଅଭିଯୋଗ କରିଥିଲେ।

୧୦ ବର୍ଷ ହେଲାଣି ଜେଲ୍‌ରେ ବାପୁ

୨୦୧୩ରେ ଯୋଧପୁର ଆଶ୍ରମରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷର୍ମ ଅଭିଯୋଗରେ ଯୋଧପୁର କୋର୍ଟ ୨୦୧୮ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ୨୦୧୩ରେ ୧୦ ବର୍ଷ ହେବ ସେ ଜେଲ୍‌ରେ ବନ୍ଦୀ ରହିଛନ୍ତି। ନିକଟରେ ବାପୁ ବେଲ୍ ଆବେଦନ କରିଥିଲେ। ସେ ତାଙ୍କ ବେଲ୍‌ରେ ଦର୍ଶାଇଥିଲେ ଯେ ସେ ୧୦ ବର୍ଷ ହେଲା ଜେଲ୍‌ରେ ରହିଛନ୍ତି। ତାଙ୍କୁ ୮୦ ବର୍ଷ ହୋଇଥିବାରୁ ସେ ବର୍ତ୍ତମାନ ଗମ୍ଭୀର ରୋଗ ଭୋଗୁଛନ୍ତି। ତେଣୁ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ସହାନୁଭୂତି ଦେଖାଇ ବିଚାର କରିବା ଉଚିତ୍ ବୋଲି ବାପୁ ଆବେଦନ କରିଥିଲେ।

Comments are closed.