ଲାହୋର: ଲଙ୍କାରେ ରାମନାମ ଭଳି ଏବେ ପାକିସ୍ତାନ କହୁଛି ଶାନ୍ତିର କଥା । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନର ସେନା ମୁଖିଆ ଜନରେଲ୍ ଅସୀମ୍ ମୁନୀର ନିଖୋଜ ହୋଇଯାଇଥିଲେ । ଭାରତର ଆକ୍ରମଣ ଭୟରେ ସେ ଦେଶ ଛାଡି ପଳାଇ ଯାଇଥିଲେ ବୋଲି ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାରି ଭିତରେ ଜଣାପଡ଼ିଛି ସେ ମୃତ୍ୟୁ ଭୟରେ ଏକ ବଙ୍କର ଭିତରେ ଲୁଚି ରହିଥିଲେ । ଭାରତ ଆକ୍ରମଣ କରିବାରେ ବିଳମ୍ବ କରୁଥିବା ଦେଖି ସେ ବଙ୍କର ଭିତରୁ ବାହାରି ପୁଣି ନିଜ ଫୁଟାଣି ମାରିଛନ୍ତି ।
ଗୁରୁବାର ସେ କହିଛନ୍ତି ଯେ ପାକିସ୍ତାନ ଶାନ୍ତିରେ ବିଶ୍ୱାସ କରେ। ଯଦି ଦେଶର ଅଖଣ୍ଡତାକୁ ଚ୍ୟାଲେଞ୍ଜ କରାଯାଏ ତେବେ ପାକିସ୍ତାନ କଡା ଜବାବ ଦେବ ବୋଲି କହିଛି । ଭାରତ ଆତଙ୍କବାଦର କଡା ଜବାବ ଏପରି ଦେବ ଯେ କେବେ କଳ୍ପନା କରିହେବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହି ସାରିଛନ୍ତି । ଏମିତିକି ଆତଙ୍କବାଦୀ ହାଫିଜ ସୈଇଦକୁ ମଧ୍ୟ ଭାରତ ନିପାତ କରିବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ଆତଙ୍କବାଦୀଙ୍କ ଗଡ ଫାଦର କୁହାଯାଉଥିବା ପାକିସ୍ତାନ ଓ ସରକାର ହାଫିଜ ଘର ଚାରିପଟେ କଡା ପ୍ରହରା ଦେଉଥିବା ଖବର ଆସିଛି । ଆଉ ଲଙ୍କାରେ ରାମନାମ ଶୁଭିଲା ଭଳି ପାକିସ୍ତାନ ସେନା ମୁଖିଆ ଶାନ୍ତିର ବାର୍ତ୍ତା କଥା କହୁଛନ୍ତି । ଆସନ୍ତା ୩୬ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ହୋଇପାରେ ବୋଲି ବୁଧବାର ଦିନ ପାକିସ୍ତାନୀ ଅଧିକାରୀମାନେ ସଙ୍କେତ ଦେଇଥିଲେ। ଏହି ସମୟରେ ଆମେରିକାର ବୈଦେଶିକ ସଚିବ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବା ସହ ଉତ୍ତେଜନା କମାଇବାକୁ ଅନୁରୋଧ କରିଛନ୍ତି।
ଅନ୍ୟପଟେ ଭାରତ ନିଜ ଆତ୍ମରକ୍ଷା ପାଇଁ ଯେଉଁ ପଦକ୍ଷେପ ନେବ ଆମେରିକା ତାକୁ ସମର୍ଥନ କରିବ ବୋଲି ଘୋଷଣା କରିବା ପରେ ପାକିସ୍ତାନ ଏବେ ଟେନସନକୁ ଆସିଛି । ସେହିପରି ଚୀନ୍ ମଧ୍ୟ ପାକିସ୍ତାନକୁ ସମର୍ଥନ କରିଛି । ହେଲେ ଭାରତ ବିରୋଧରେ ଯୁଦ୍ଧ ନିଷ୍ପତ୍ତିକୁ ନେଇ କିଛି କହିନାହିଁ ।
Comments are closed.