Latest Odisha News

BREAKING NEWS

ଦେଶରେ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଦୟନୀୟ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି। ନିମ୍ନଗାମୀ ହେଉଥିବା ଶିକ୍ଷା ବ୍ୟବସ୍ଥାର ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଚାଲିଯାଇଛି। ନିକଟରେ ଆସିଥିବା ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଦେଶର ପାଖାପାଖି ୨୫ ପ୍ରତିଶତ ଯୁବପିଢ଼ି ନିଜ ମାତୃଭାଷାରେ ପଢିପାରୁନଥିବା ନେଇ ଦର୍ଶାଯାଇଛି। ସେହିପରି ୧୪ରୁ ୧୮ ବର୍ଷ ବୟସର ୪୩ ପ୍ରତିଶତ କିଶୋର ଇଂରାଜୀରେ ଗୋଟିଏ ବାକ୍ୟ ପଢ଼ିବାକୁ ବି ଅସମର୍ଥ।

ଠିକ୍‍ ସେହିଭଳି ଗ୍ରାମାଞ୍ଚଳର ଶିକ୍ଷା ସ୍ଥିତିକୁ ଅନୁଧ୍ୟାନ କରି ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି ବୟସ ଗୋଷ୍ଠୀର ଗ୍ରାମାଞ୍ଚଳର ୨୫ ପ୍ରତିଶତ କିଶୋର ଦ୍ବିତୀୟ ଶ୍ରେଣୀର ପାଠକୁ ନିଜ ମାତୃଭାଷାରେ ପଢ଼ିବାକୁ ବି ସମର୍ଥ ହେଉ ନାହାନ୍ତି। ଏପରିକି ଗ୍ରାମାଞ୍ଚଳର ଅଧିରରୁ ଅଧିକ କିଶୋର ତୃତୀୟ ବା ଚତୁର୍ଥ ଶ୍ରେଣୀର ହରଣ ବି କରିବାରେ ସକ୍ଷମ ହେଉ ନାହାନ୍ତି। କିନ୍ତୁ ଏମାନେ ବିଭିନ୍ନ ସ୍କୁଲ୍‍ରେ ଉଚ୍ଚ ଶ୍ରେଣୀରେ ପଢୁଥିବାର ରିପୋର୍ଟ ସାମ୍ନାକୁ ଆସିଛି।

Leave A Reply

Your email address will not be published.