ବାସନ୍ତୀ ଲତା ଜେନା
ଅଦେଖା ସୂତାର ମୋହ ବନ୍ଧନରେ
ଜଗତ ହୋଇଛି ବାନ୍ଧି
ସ୍ନେହ ଶ୍ରଦ୍ଧା ପ୍ରୀତି ମମତା ବନ୍ଧନ
ସେଥିରେ ହୁଅନ୍ତି ଛନ୍ଦି।
ନିସ୍ଵାରଥର ପ୍ରେମ ମିଠା ସ୍ୱାଦ ଦିଏ
ଖୁସି ରେ କଟେ ଜୀବନ
ସଂସାର ଜଂଜାଳ ଦୁଃଖ ସୁଖ ଭରା
ବନ୍ଧନେ କଟଇ ଦିନ ।
ପିତା ମାତା ବନ୍ଧୁ ସନ୍ତାନ ସନ୍ତତି
ପ୍ରିୟ ପରିଜନ ଯେତେ
ସବୁରି ସାଥିରେ ପ୍ରେମ ଭାବ ରଖି
ସତ୍ୟ ରେ ଚାଲିବା ପଥେ ।
ଅଦେଖାର ସୁତା ଏତେ ଯେ ନିବିଡ
ଭକ୍ତ ଆଉ ଭଗବାନ
ପ୍ରେମ ବନ୍ଧନରେ ଭକ୍ତି ଭାବନାରେ
ବନ୍ଦୀ ହୁନ୍ତି ନାରାୟଣ ।
ବିଶ୍ୱାସ ଭରସା ତାଙ୍କଠାରେ ଥିଲେ
ପାଶେ ପାଶେ ରହି ଥାନ୍ତି
ଧର୍ମ ଅଧର୍ମର ପରଖ ଦେଖାଇ
ସତ୍ୟ ପଥେ ନେଇ ଯାନ୍ତି ।
ତାଙ୍କଠାରେ ମନ ହୃଦୟ ରଖିଲେ
ସାର୍ଥକ ହୁଏ ଜୀବନ
ଭକ୍ତ ଭଗବାନ ଏକ ସୂତ୍ରେ ବନ୍ଧା
କେହି ନୁହନ୍ତି ଅଭିନ୍ନ ।
ଗାନ୍ଧୀନଗର