ମୁମ୍ବାଇ: ଭେଟେରାନ୍ ଗାୟିକା ଆଶା ଭୋସଲେ ନିକଟରେ ବିକି କୌଶଲ ଏବଂ ତୃପ୍ତି ଡିମ୍ରିଙ୍କ ଗୀତ ‘ତୌବା ତୌବା’ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେ ନିଜର ମନ୍ତ୍ରମୁଗ୍ଧ କରିଦେବା ଭଳି ସ୍ୱରରେ ଏହି ଗୀତ ଗାଇଁ ଷ୍ଟେଜ୍ ରେ ପୁରା ନିଆଁ ଲଗାଇଦେଇଥିଲେ । ଭାଇରାଲ୍ ଟ୍ରାକରେ ତାଙ୍କର କ୍ଲାସିକ୍ ଟଚ୍ ଯୋଡି କରଣ ଔଜଲାଙ୍କ ଗୀତରେ ସେ ପରଫରମାନ୍ସ କରୁଥିବା ଦେଖିବାକୁ ମିଳିଥିଲା ।
ଖାଲି ସେତିକି ନୁହଁ ଏହି ସମୟରେ ୯୧ ଆଶାଙ୍କୁ ବିକି କୌଶଲଙ୍କ ହୁକ୍ ଷ୍ଟେପ୍ ଦୋହରାଇ ଏହି ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଲାଇଭ୍ କନସର୍ଟରେ ଥିବା ଦର୍ଶକମାନେ ଆଶାଙ୍କ ଏହି ଡ୍ୟାନ୍ସ ଦେଖି ଖୁସିରେ ମତୁଆଲା ହୋଇଥିଲେ । ତେବେ ଆଶା ଭୋସଲେଙ୍କ ଏହି ଗୀତ ସହ ଡ୍ୟାନ୍ସ ସବୁଠି ଧୁମ୍ ମଚାଇବାରେ ଲାଗିଛି ।
ଏହାର ଭିଡିଓ ଭାଇରାଲ ପରେ ‘ତୋବା ତୋବା’ ଗାୟକ କରଣ ଔଜଲା ମଧ୍ୟ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ ‘ଏହା ହେଉଛି ସର୍ବୋତ୍ତମ ମୁହୂର୍ତ୍ତ ଯାହାକୁ ସେ କେବେବି ଭୁଲି ପାରିବେ ନାହିଁ । ଏହି ଗୀତ ମୁଁ ୨୭ ବର୍ଷରେ ଲେଖିଛି । କିନ୍ତୁ ସେ ଏହାକୁ ୯୧ ବର୍ଷରେ ମୋ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି ।
ଏହା ପରେ ସେ ଆଉ ଏକ ନୋଟ୍ ପୋଷ୍ଟ କରି ଲେଖିଛନ୍ତି, ‘ସଂଗୀତର ଜୀବନ୍ତ ଦେବୀ ଆଶା ଭୋସଲେ ଜୀ । କେବଳ ତୋବା ତୋବା ଗୀତ ଗାଇଲେ । ଏହି ଗୀତଟି ଏକ ଛୋଟ ଗ୍ରାମରେ ବଢିଥିବା ପିଲାଙ୍କ ଦ୍ୱାରା ଲିଖିତ, ଯାହାର କୌଣସି ବାଦ୍ୟଯନ୍ତ୍ର ନାହିଁ ଏବଂ ବାଦ୍ୟଯନ୍ତ୍ର ବିଷୟରେ କୌଣସି ଜ୍ଞାନ ନାହିଁ । ଏହି ଗୀତଟି କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ସଙ୍ଗୀତ କଳାକାରମାନଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରେମ ଏବଂ ସ୍ୱୀକୃତି ପାଇଛି, କିନ୍ତୁ ଏହି ମୁହୂର୍ତ୍ତଟି ପ୍ରକୃତରେ ପ୍ରତୀକାତ୍ମକ । ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ । ମୁଁ ପ୍ରକୃତରେ କୃତଜ୍ଞ ଏହା ବାସ୍ତବରେ ବହୁତ ପ୍ରେରଣା ଦେଇଛି । ଏହା ମୋତେ ପ୍ରକୃତରେ ପ୍ରେରିତ କରିଛି ।’
Comments are closed.