ମୁମ୍ବାଇ: ଦି କଶ୍ମୀର ଫାଇଲର ମେକର୍ସ ବିବେକ ଅଗ୍ନିହୋତ୍ରୀଙ୍କୁ ଭେଟେରାନ ଅଭିନେତ୍ରୀ ଆଶା ପାରେଖ କଡା ସମାଲୋଚନା କରିଛନ୍ତି । ସେ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ଦି କଶ୍ମୀର ଫାଇଲ୍ସ ମାଧ୍ୟମରେ ବିବେକ ଯେଉଁ ଲାଭ କମାଇଛନ୍ତି ସେଥିରୁ କଶ୍ମୀର ପଣ୍ଡିତଙ୍କୁ ପାଇଁ କିଛି କରିଛନ୍ତି ନି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ମୁଁ ଏହି ଫିଲ୍ମ ଦେଖି ନାହିଁ । ଯଦି ଫିଲ୍ମର ପ୍ରଡ୍ୟୁସର ୪୦୦ କୋଟି ଆୟ କରିଛନ୍ତି ତେବେ କଶ୍ମୀର ହିନ୍ଦୁଙ୍କ ଉପରେ କେତେ ଖର୍ଚ୍ଚ କରିଛନ୍ତି । ତୁମେ ଚାହିଁଥିଲେ ଅତି କମରେ ୫୦ କୋଟି ଟଙ୍କା ସେମାନଙ୍କ ସାହାଯ୍ୟ ପାଇଁ ଦେଇ ପାରିଥାନ୍ତ । ଆଶା ପାରେଖ ହଠାତ ଏହି ଫିଲ୍ମ ନେଇ ବିବେକଙ୍କୁ ଟାର୍ଗେଟ କରିବା ଅନେକଙ୍କୁ ବୁଝା ପଡି ନାହିଁ ।
ସୂଚନାଯୋଗ୍ୟ, ମିଥୁନ ଚକ୍ରବର୍ତି, ପଲ୍ଲବୀ ଯୋଶୀ ଓ ଅନୁପମ ଖେର ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । କଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ବିବେକ ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ । ଅବଶ୍ୟ ଏହା ଏକ ପ୍ରୋପାଗାଣ୍ଡା ଫିଲ୍ମ କହି ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ଅପରପକ୍ଷରେ କଶ୍ମୀର ପଣ୍ଡିତମାନେ କିନ୍ତୁ ଫିଲ୍ମକୁ ସମର୍ଥନ କରିଛନ୍ତି ।
Comments are closed.