ଢେଙ୍କାନାଳ: ଘର ଜାଗା ବିବାଦରୁ ନାରକୀୟକାଣ୍ଡ । ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ଜବରଦସ୍ତ ଟେକିନେଇ ଗୋବର ଗଦାରେ ପୋତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ମହିଳା ଜଣଙ୍କ ଜଣେ ଆଶା କର୍ମୀ ହୋଇଥିବା ବେଳେ ସେ ଠାକୁର ପାଳ ଗ୍ରାମର ମେନକା ସ୍ୱାଇଁ । ଆହତ ମେନକା ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
କୋଭିଡ ଟିକା ସର୍ଭେ କରି ଘରକୁ ଫେରୁଥିବାବେଳେ ତାଙ୍କ ପଡ଼ୋଶୀ ଲଷ୍ମୀ କଅଁରଙ୍କ ପରିବାର ଲୋକେ ତାଙ୍କୁ ଡାକି ମାଡ ମାରିଥିଲେ । ପରେ ତାଙ୍କୁ ଟେକି ନେଇ ଘରପାଖରେ ଥିବା ଗୋବର ଗଦାରେ ପୋତି ଦେଇଥିଲେ । ପାଟି କରି ଡାକିବାରୁ ମେନକାଙ୍କ ଘର ଲୋକେ ଆସି ତାଙ୍କୁ ଗୋବର ଗଦାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଘଟଣା ନେଇ ମେନକାଙ୍କ ପରିବାର ଥାନାରେ ଏତଲା ଦେଇଛନ୍ତି। ଘଟଣାସ୍ଥଳରେ ପୁଲଇସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.