ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଫାଇନାଲ ମୁକାବିଲା କାରୋଲିନା ପ୍ଲେସକୋଭା ଓ ଏଶେଲ ବାର୍ଟି ମଧ୍ୟରେ ହେବ । ଅନ୍ୟ ଅର୍ଥରେ ୱିମ୍ବେଲଡନରେ ଏଥର ନୂତନ ମହିଳା ଚାମ୍ପିୟନ ଦେଖିବାକୁ ମିଳିବ ।ଚେକ ରିପବ୍ଲିକର ୧୩ ନମ୍ବର ଖେଳାଳି କାରୋଲିନା ସେମିଫାଇନାଲରେ ବେଲାରୁଷର ଆରିନା ସବଲେଙ୍କାଙ୍କୁ ୫-୭, ୬-୪, ୬-୪ରେ ପରାସ୍ତ କରିଥିଲେ ।
ସେହିପରି ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆର ଏଶେଲ ପୂର୍ବତନ ଚାମ୍ପିୟନ ଆଞ୍ଜେଲିକ କର୍ବରଙ୍କୁ ୬-୩, ୭-୬ରେ ପରାସ୍ତ କରିଥିଲେ । ସେ ୪୧ ବର୍ଷ ପରେ ଅଷ୍ଟ୍ରେଲିଆ ଖେଳାଳି ଭାବେ ୱିମ୍ବେଲଡନ ଫାଇନାଲରେ ପ୍ରବେଶ କରିଛନ୍ତି ।
Comments are closed.