Latest Odisha News

BREAKING NEWS

ଭାରତୀୟ ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ହଟାଇଲା ଏହି ଦେଶ

ନୂଆଦିଲ୍ଲୀ: ଭାରତ ଉପରୁ ବିମାନ ଚଳାଚଳ ଉପରେ କଟକଣା ହଟାଇଲା ଲେବାନନ। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ଏହି ଦେଶ।

ଜୁଲାଇ ୧୨ ରୁ ଭାରତ ସମେତ ଆହୁରି ଅନେକ ଦେଶ ଉପରେ କରୋନା ଯୋଗୁ ଲାଗିଥିବା କଟକଣାକୁ କୋହଳ କରିଛି ଲେବାନନ୍‌। ତେବେ କଟକଣା କୋହଳ ହେବା ସହିତ କିଛି ନୟମାବଳୀଗୁଡିକୁ ଅନୁସରଣ କରି ଲେବାନନ୍‌ ଯାତ୍ରା କରିହେବ।

ଏକ ପ୍ରେସ ବିବୃତ୍ତିରେ ଲେବାନନର ବେସାମରିକ ବିମାନ ଚଳାଚଳ ବିଭାଗ କହିଛି ଯେ ଜୁଲାଇ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ବ୍ୟତୀତ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ନେଗେଟିଭ ଆର୍‌ଟିପିସିଆର୍‌ ରିପୋର୍ଟ ରହିବା ଆବଶ୍ୟକ।

ଏହାସହିତ ଯାତ୍ରୀମାନଙ୍କ ନିଜ ଖର୍ଚ୍ଚରେ ଲେବାନନ୍ ସରକାରଙ୍କ ତାଲିକାଭୁକ୍ତ ହୋଟେଲଗୁଡିକରେ ରହଣି ପାଇଁ ବୁକ୍‌ କରିବାକୁ ପଡ଼ିବ। ଏହି ହୋଟେଲରେ ଚାରିଦିନ ଯାଏ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ପଡ଼ିବ।

Leave A Reply

Your email address will not be published.