Latest Odisha News

BREAKING NEWS

ପୂର୍ବତନ କ୍ରିକେଟ ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଟିଏମସି ସମର୍ଥକଙ୍କ ଆକ୍ରମଣ

କୋଲକାତା: ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଆଜି ଟିଏମସି ସମର୍ଥକମାନେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସରେ ଟିଏମସି ଏହି ଘୃଣ୍ୟ କାମ କରିଛି ବୋଲି ଦିଣ୍ଡା ସିଧାସଳଖ ଅଭିଯୋଗ ଆଣିଛନ୍ତି । ୫୦ରୁ ଊର୍ଦ୍ଧ୍ୱ ଅସାମାଜିକ ଯୁବକ ଗାଡି ଭାଙ୍ଗିଦେବା ସହ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଦିଣ୍ଡା ମୋୟନା ବିଧାନସଭା ସିଟରୁ ଲଢ଼ୁଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହ ନନ୍ଦିଗ୍ରାମ ସିଟରୁ ଲଢ଼ୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହ ରୋଡ ଶୋ କରିଥିଲେ । ନନ୍ଦିଗ୍ରାମରୁ ମମତାଙ୍କୁ ହରାଇଲେ ସବୁ କିଛି ସମସ୍ୟାର ସମଧାନ ହୋଇଯିବ ବୋଲି ସେ ଭୋଟରଙ୍କୁ ଅନୁରୋଧ କରିଥିଲେ । ପଶ୍ଚିମବଙ୍ଗରେ ଆମେ ୨୦୦ରୁ ଅଧିକ ସିଟରେ ବିଜୟୀ ହେବୁ ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି । ସୂଚନାଯୋଗ୍ୟ, ଶୁଭେନ୍ଦୁ ନନ୍ଦିଗ୍ରାମରେ ମମତାଙ୍କୁ ୫୦୦୦୦ ଭୋଟରେ ହରାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.