Latest Odisha News

BREAKING NEWS

କ୍ରିକେଟରଙ୍କୁ କରୋନା ଗୋଡାଉଛି, ହରମନପ୍ରୀତଙ୍କ ରିପୋର୍ଟ ପିଜିଟିଭ

ନୂଆଦିଲ୍ଲୀ:କରୋନା ଏବେ କ୍ରିକେଟରଙ୍କ ଉପରେ ବୋଧହୁଏ ଆଖି ପକାଇଛି । ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟିକା ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଅଂଶଗ୍ରହଣ କରିଥିଲେ ।

୪ ଦିନ ଧରି ଜ୍ୱର ଲାଗି ରହିବାରୁ ସେ ଟେଷ୍ଟ କରାଇଥିଲେ ଏବଂ ଏହା କରୋନା ପଜିଟିଭ ଆସିଛି । ପୂର୍ବରୁ ରୋଡ ସେଫଟି ସିରିଜରେ ଅଂଶଗ୍ରହଣ କରିଥିବା ଉପରୋକ୍ତ ପୁରୁଷ ଖେଳାଳିମାନେ କରୋନା ଆକ୍ରାନ୍ତ ହୋଇଥିଲେ । ହରମନପ୍ରୀତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅନ୍ୟମାନଙ୍କ ପରି ସେ ଏବେ ଏକାନ୍ତବାସରେ ରହିଛନ୍ତି ।

Leave A Reply

Your email address will not be published.