Latest Odisha News

BREAKING NEWS

ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଢିଲେ ଗତବର୍ଷର ବଜେଟ; ତାତିଲେ ବିରୋଧୀ

ଜୟପୁର:ରାଜସ୍ଥାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଜେଟ ଉପସ୍ଥାପନ କରୁଥିଲେ । ବିଜେଟ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି ।  ଏଥିଯୋଗୁ ଗୃହକୁ ଅଧଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା । ବିପକ୍ଷ ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ ପଢୁଛନ୍ତି ।

ବିଧାନସଭାରେ ବଜେଟ ପେଶ କରିବା ସମୟରେ ସେ ଗତ ବର୍ଷର ପୁରୁଣା ବଜେଟକୁ ପଢିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରାୟ ତିନି ମିନିଟ ପଢିବା ପରେ ମନ୍ତ୍ରୀ ମହେଶ ଯୋଶୀ ତାଙ୍କୁ ଅଟକାଇବା ପରେ ସେ  ଏହାକୁ ପଢିବା ବନ୍ଦ କରିଥିଲେ । ଏହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା ।

ଯାହା ବି ହେ, ଏହା ଜଣାପଡିବା ପରେ ଶେଷରେ ଅର୍ଥ ବିଭାଗ ଅଧିକାରୀମାନେ ବଜେଟ କପି ଆଣିବା ପାଇଁ ଦୌଡିଥିଲେ । ଅନ୍ୟପକ୍ଷେ ବିପକ୍ଷ ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ବିଜେଟ ଆଣି ପାରିବେ ନାହିଁ ।

ବିଧାନସଭାରେ ବଜେଟ ପଢୁଥିବା ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କିଛି ସମୟ ପାଇଁ ଅଟକି ଯାଇଥିଲେ । ଲାଗିଲା ଯେମିତି ପଢିବା ସମୟରେ ପୃଷ୍ଠା ଖସିଗଲା । ଏହାକୁ ନେଇ ବିପକ୍ଷ ନେତା ମୁଖ୍ୟମନ୍ତ୍ରୀଙ୍କୁ ଟୀପ୍ପଣୀ କରିଥିଲେ। ଏହାକୁ ସ୍ପିକର ବିରୋଧ କରିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଥିଲେ, ବଜେଟ ଏକ ଗୁରୁତ୍ୱପୂଣ୍ଣର୍ ଦସ୍ତାବିଜ । ମୁଁ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହାକୁ ୨/୩ ଥର ପଢି ଆସୁଥିଲି । ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଏତେ ଗୁରୁତ୍ୱପୂର୍ଣ୍ଣ କାମରେ ଏତେ ବେଖିଆଲ କିପରି ହେଲେ ? ତାଙ୍କ ଶାସନରେ ରାଜ୍ୟ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ଜଣାପଡେ ।

Leave A Reply

Your email address will not be published.