Latest Odisha News

BREAKING NEWS

୫୬ ବର୍ଷ ପରେ ଫେରାଇଲେ ଲାଇବ୍ରେରୀ ପୁସ୍ତକ, ଭରିଲେ ଦୁଇ ହଜାର ୟୁରୋ ଜରିମାନା

କୁହାଯାଏ ପୁସ୍ତକ ଆମର ବନ୍ଧୁ । ଆମେ ପୁସ୍ତକରୁ ଜ୍ଞାନ ପାଇଥାଉ । ଯେତେ ଅଧିକ ବହି ପଢିବା, ସେତେ ଅଧିକ ଜ୍ଞାନ ପାଇବା । ପୁସ୍ତକ ସହିତ କିଛି ଲୋକଙ୍କର ବନ୍ଧୁତା ଏପରି ଥାଏ ଯେ ସବୁବେଳ ପାଇଁ ପୁସ୍ତକ ସହ ରହିବାକୁ ଚାହାନ୍ତି । ଏମିତି ଜଣେ ପୁସ୍ତକପ୍ରେମୀ ମହିଳାଙ୍କ ବିଷୟରେ କହିବକୁ ଯାଉଛୁ ଯିଏ ବହି ପଢିବା ନିଶାରେ  ଧାର ନେଇଥିବା ଫେରାଇବାକୁ ଭୁଲି ଯାଇଥିଲେ । ଏଇ ଭୁଲାମନ ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି ।

ଲେସଲି ହେରିସନ ନାମକ ଜଣେ ମହିଳା ୧୪ ବର୍ଷ ବୟସରେ ଲାଇବ୍ରେରିରୁ ଏକ ବହି ପଢ଼ିବା ପାଇଁ ନେଇଥିଲେ। ହେଲେ ଦୀର୍ଘ ୫୬ବର୍ଷ ପରେ ସେ ଏହି ବହିକୁ ଫେରାଇଛନ୍ତି । ଏବେ ମହିଳାଙ୍କ ବୟସ ୭୦ବର୍ଷ ବୋଲି ଜଣା ପଡିଛି।

ଲେସଲି କହିଛନ୍ତି, ଛୋଟ ବେ‌ଳୁ ବହି ପଢ଼ିବାକୁ ମୋତେ ଖୁବ ଭଲ ଲାଗୁଥିଲା । ବହି ହେଉଛି ମୋର ଦୁର୍ବଳତା । ମୋ ପାଖରେ ଶହଶହ ବହି ରହିଛି। ମୁଁ ଯେଉଁଠାକୁ ଯାଏ ସେଠାରୁ ବହି ସଂଗ୍ରହ କରିବା ମୋର ପ୍ରଥମ ପସନ୍ଦ ହୋଇଥାଏ। ମୋତେ ଯେତେବେଳେ ୧୪ବର୍ଷ ହୋଇଥିଲା ସେତେବେଳେ ମୁଁ ଲାଇବ୍ରେରିରୁ ଏକ ବହି ଆଣିଥିଲି ।

ପରେ ବହିକୁ ପଢ଼ି ସାରିବା ପରେ ବହି ଫେରାଇବାକୁ ଭୁଲି ଯାଇଥିଲି। ଏହାରି ଭିତରେ ଅନେକ ବର୍ଷ ବିତି ଯାଇଛି । ୫୬ବର୍ଷ ପରେ ଲାଇବ୍ରେରିରୁ ଏହି ବହି ଆଣିଥିବା କଥା ମନେ ପଡ଼ିଥିଲା । ଏବେ ଏହି ବହିକୁ ଫେରାଇବା ସହ ଦୁଇ ହଜାର ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ଲକ୍ଷେ ୭୬ ହଜାର ଟଙ୍କା) ଜରିମାନା ଦବାକୁ ପଡ଼ିଛି।

Leave A Reply

Your email address will not be published.