ଜୟପୁର: ରାଜସ୍ଥାନରେ ରାଜନୀତିକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି ।
ଗେହଲଟ୍ କହିଛନ୍ତି, କୋଭିଡ୍ ୧୯ ମହାମାରୀ ଭିତରେ ଜୀବନ ବଞ୍ଚାଇବା ବର୍ତ୍ତମାନ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଏଭଳି ପରିସ୍ଥିତିରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ହୀନ ପ୍ରୟାସ ଚାଲିଛି । ଏହା ପଛରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଓ ବିଜେପିର ଆଉ କିଛି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି । ଷଡ଼ଯନ୍ତ୍ରରେ ତାଙ୍କ ଦଳର ବି କିଛି ନେତା ସାମିଲ ଥିବା କହିଛନ୍ତି ଗେହଲଟ୍ ।
Rajasthan CM Ashok Gehlot writes a letter to PM Narendra Modi regarding ‘despicable attempts to destabilize elected governments through horse-trading’. “I don’t know to what extent you are aware of all this or you are being misled,” he writes in the letter. pic.twitter.com/PSJlBYbnSZ
— ANI (@ANI) July 22, 2020
ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିଲା ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ହୀନ ଚକ୍ରାନ୍ତ କରୁଛି ବିଜେପି । ଘୋଡ଼ା ବେପାର ସମ୍ପର୍କିତ ଏକ ଅଡିଓ ଟେପ୍ ବି ଜାରି କରିଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଥିବା ଅଭିଯୋଗ କରିଥିଲା କଂଗ୍ରେସ ।
Comments are closed.