Latest Odisha News

ଆପ୍ ଓଡିଶା ପକ୍ଷରୁ ନୂଆ ରାଜ୍ୟ ସମ୍ପାଦକ ହେଲେ ଅଶୋକ କୁମାର ତ୍ରିପାଠୀ

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ହେଲେ ଅଶୋକ କୁମାର ତ୍ରିପାଠୀ । ଅଶୋକ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ପରିଚିତ । ବର୍ତ୍ତମାନ ସେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।

ଶ୍ରମିକମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ସର୍ବଦା ଲଢେଇ କରିଆସୁଥିବା ଶ୍ରୀ ଅଶୋକ ଏହି ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ସାରା ରାଜ୍ୟର ନିର୍ମାଣ ଶ୍ରମିକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ପକ୍ଷରୁ ତ୍ରିପାଠୀଙ୍କୁ ଗୁରୁ ଦାୟିତ୍ଵ ମିଳିଥିବାରୁ ସେ ଦଳ ତଥା ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.