Latest Odisha News

BREAKING NEWS

ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ

କଟକ: ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ । ଇରାନର ତେହେରାନରେ ଚଳିତ ଅଗଷ୍ଟ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଫିବା ୧୮ ବର୍ଷରୁ କମ୍ ଏସିଆନ ବାସ୍କେଟବଲ୍ ଚାମ୍ପିଅନସିପ୍ ଆୟୋଜିତ ହେବ । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ଭାବେ ଓଡ଼ିଶା ବାସ୍କେଟବଲର ସଂଘ ସମ୍ପାଦକ ଅଶୋକ ସାହୁ ନିଯୁକ୍ତ ହୋଇଛନ୍ତି ।

ଭାରତୀୟ ବାସ୍କେଟବଲ୍ ସଂଘ ପକ୍ଷରୁ ଶ୍ରୀ ସାହୁଙ୍କୁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ପ୍ରତିଯୋଗୀତାରେ ଭାରତ ସମେତ ୧୦ଟି ଦଳ ଚୀନ, କୋରିଆ, ଲେବାନନ, ଇରାନ, ଫିଲିପାଇନ୍ସ, କାତାର, ସିରିଆ, ଜାପାନ ଓ ତାଇପେ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.