Latest Odisha News

BREAKING NEWS

ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

ଭଦ୍ରକ: ବର୍ଷା ଛେଚୁଛି, ବୈତରଣୀ ଫୁଲୁଛି । ଭଦ୍ରକର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ୧୭.୯୨ରେ ପ୍ରବାହିତ ହେଉଛି ।

ଯାହାକୁ ନେଇ ଭଦ୍ରକର ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକର ତଳିଆ ଅଞ୍ଚଳର ଲୋକମାନେ ଭୟଭୀତ ଅଛନ୍ତି । ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ ତରଫରୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଦୁର୍ବଳ ନଦୀ ବନ୍ଧ ଉପରେ ପ୍ରଶାସନ ପକ୍ଷରୁ ନଜର ରଖିବା ସହ ବାଲିବସ୍ତା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.