ଚଣ୍ଡିଗଡ: ଅପରେସନ ସିନ୍ଦୂର ସମ୍ପର୍କରେ ସୋସିଆଲମିଡିଆରେ ପୋଷ୍ଟ କରିବାକୁ ନେଇ ଗିରଫ ହୋଇଥିବା ଅଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ମହମୁଦାବାଦ ଅଲ୍ଲି ଖାନଙ୍କୁ ମଙ୍ଗଳବାର ହରିୟାଣାର ଏକ ସ୍ଥାନୀୟ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏହା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ।
ଅଲି ଖାନଙ୍କ ଓକିଲ କପିଲ ସିବଲ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କହିଥିଲେ ଯେ ତାଙ୍କ ଗିରଫଦାରୀ ଅଭିବ୍ୟକ୍ତି ସ୍ୱାଧୀନତାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ଏହା ବ୍ୟତୀତ, ସିବଲ ଯୁକ୍ତି ଦେଇଥିଲେ ଯେ କୌଣସି ପର୍ଯ୍ୟାପ୍ତ କାରଣ ବିନା ଏଫଆଇଆର ପଞ୍ଜିକୃତ କରାଯାଇଥିଲା ।
ହରିୟାଣାର ଅଶୋକା ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଏବଂ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ମହମୁଦାବାଦଙ୍କୁ ରବିବାର ବିଜେପି ଯୁବ ଶାଖାର ଜଣେ ସଦସ୍ୟଙ୍କ ଦ୍ୱାରା ଅପରେସନ ସିନ୍ଦୂର ଉପରେ ତାଙ୍କ କଥିତ ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ ଅଭିଯୋଗ ଦାଖଲ କରାଯିବା ପରେ ଗିରଫ କରାଯାଇଥିଲା ।
ସୋସିଆଲ ମିଡିଆରେ ପ୍ରଫେସରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଲା । ପ୍ରଫେସର ଅଲି ଖାନଙ୍କ ବିରୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀ, ବିଶେଷକରି ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିବାର ଅଭିଯୋଗ ଆସିଥିଲା । ଏହି ଉଭୟ ଅଧିକାରୀ ଅପରେସନ ସିନ୍ଦୂରର ଗଣମାଧ୍ୟମ ବ୍ରିଫିଂ ସମୟରେ ଦେଶର ସାମ୍ନାରେ ଥିଲେ, ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ପ୍ରଫେସର ଖାନ ମହମୁଦାବାଦଙ୍କ ଉପରେ ସୋସିଆଲ ମିଡିଆରେ ଏପରି ମନ୍ତବ୍ୟ ଦେବାର ଅଭିଯୋଗ ଆସିଛି ଯାହା ସେନାର ମର୍ଯ୍ୟାଦାକୁ ଆଘାତ କରେ ଏବଂ ଭାରତୀୟ ମହିଳା ସାମରିକ ଅଧିକାରୀମାନଙ୍କୁ ଅପମାନିତ କରେ ।
Comments are closed.