Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ପାଳିତ; ଭଣ୍ଡାରଘରୁ ବିଜେ କଲେ ଶ୍ରୀଲୋକନାଥ

ପୁରୀ: ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତି ନୀତିରେ ପାଳିତ ହୋଇଛି ଅଶୋକାଷ୍ଟମୀ ।

ଆଜିର ଏହି ପବିତ୍ର ଅଶୋକାଷ୍ଟମୀ ତିଥିରେ ଶ୍ରୀମନ୍ଦିରସ୍ଥିତ ଭଣ୍ଡାରଘରୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଛି । ଶ୍ରୀ ଲୋକନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରଘର ଦାୟିତ୍ୱରେ ରହିଥିବା ବେଳେ ଆଜି ପରି ଏକ ପବିତ୍ର ଦିନରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ତାଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରିଛନ୍ତି ।

ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଶ୍ରୀମନ୍ଦିରର ସେବାୟତମାନେ ଏକ ପଟୁଆରରେ ବିମାନକୁ ସଜ୍ଜିତ କରି ନେବା ସହିତ ମଠରେ ଶ୍ରୀଲୋକନାଥଙ୍କୁ ପୂଜା ଅର୍ଚ୍ଚନା କରାଯାଇଛି । ସେଠାରେ ଅଶୋକ ଫୁଲ ଠାକୁରଙ୍କୁ ଅର୍ପଣ କରାଯିବା ସହିତ ପାରମ୍ପରିକ ଭୋଗନୀତି ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.