Latest Odisha News

BREAKING NEWS

ଟି୨୦: ଯୁବରାଜ ସିଂଙ୍କ ରେକର୍ଡ ଭଙ୍ଗ କଲେ ଆଶୁତୋଷ

ରାଂଚୀ: ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଶୁତୋଷ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ରେଲୱେ ପକ୍ଷରୁ ଖେଳୁଥିବା ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିସହ ସେ ୧୬ ବର୍ଷ ତଳର ଯୁବରାଜ ସିଂଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯୁବି ଇଂଲଣ୍ଡ ବିପକ୍ଷରେ ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଓଭରାଲ ନେପାଳର ଦୀପେନ୍ଦ୍ର ସିଂ ଆଇରି ଆଗରେ ରହିଛନ୍ତି । ସେ ୯ ବଲରେ ଅର୍ଦ୍ଧଶତକ ମାରିଥିଲେ । ଯଶୱୀ ଜୈସୱାଲ ଆଇପିଏଲରେ ୧୩ ବଲରେ ଅର୍ଦ୍ଧଶତକ ମାରିଥିଲେ ।

BjdElectrycity

ଉପେନ୍ଦ୍ର ଯାଦବଙ୍କ ୫୧ ବଲରୁ ୧୦୩ ଓ ଆଶୁତୋଷଙ୍କ ଅର୍ଦ୍ଧଶତକ ସହାୟତାରେ ରେଲୱେ ୨୪୬ ରନର ବିଶାଳ ସ୍କୋର କରିଥିଲା । ଉପେନ୍ଦ୍ର ଓ ଆଶୁତୋଷ ୫ମ ୱିକେଟରେ ୨୪ ବଲରେ ୯୬ ରନ ଯୋଗ କରିଥିଲେ । ମଧ୍ୟପ୍ରଦେଶ ପକ୍ଷରୁ ଖେଳୁଥିବା ଆଶୁତୋଷ ଏହି ସିଜନରେ ରେଲୱେ ଟିମରେ ସାମିଲ ହୋଇଛନ୍ତି । ତାଙ୍କର ଏହି ଇନିଂସ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.