Latest Odisha News

BREAKING NEWS

ଜୟପୁର ପୋଲିସକୁ ବଡ ସଫଳତା: ସାଇବର ଠକେଇ ଅଭିଯାଗରେ ୩ ଗିରଫ

ଜୟପୁର : ବଡ ଧରଣର ସାଇବର ଠକେଇର ପର୍ଦ୍ଧାଫାସ କଲା ଜୟପୁର ସଦର ପୋଲିସ । ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ କରି ଆକାଉଣ୍ଟ ଖୋଲିବା ଓ ଠକିବା ଅଭିଯୋଗରେ ପୋଲିସ ୩  ଅଭିଯୁକ୍ତଙ୍କୁ ଗିରଫ କରିଛି  । ଅଭିଯୁକ୍ତ ମାନେ ହେଲେ ସେମିଳିଗୁଡାର ବଳରାମ ଦାସ , ଭୁବନେଶ୍ବରର ସତ୍ୟ ରଂଜନ ସାହୁ ଓ ରାଜୀବ କୁମାର ପ୍ରସାଦ । ଏମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ଚେକ୍ ବୁକ, ଏଟିଏମ୍, ପ୍ରଣ୍ଟର, ଲ୍ୟାପଟପ, ଟାବ୍, ବାୟୋମେଟ୍ରାକ୍ ଡିଭାଇସ, ମୋବାଇଲ ଫୋନ, ଦୁଇ ଚକିଆ ଗାଡି, ଟଙ୍କା ଗଣା ମେସିନ ଓ ନଗଦ ୨୩ ହଜାର ୫୦୦ ଟଙ୍କା ଇତ୍ୟାଦି ଜବତ ହୋଈଛି।

ଅଭିଯୋଗ ଅନୁସାରେ ଏହି ୩ ଅଭିଯୁକ୍ତ ବିଭିନ୍ନ ଲୋକଙ୍କୁ ଲୋନ କରାଇଦେବା ନାଁରେ ସେମାନଙ୍କ ଠାରୁ ଆଧାର କାର୍ଡ ଓ ଅନ୍ୟ ଦସ୍ତାବିଜ ନେଇ ସେମାନଙ୍କ ନାଁରେ କରେଣ୍ଟ ଆକାଉଣ୍ଟ ଖୋଲୁଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ଠାରୁ ସେହି ଆକାଉଣ୍ଟ ସହ ଲିଙ୍କ୍ ଥିବା ସିମ୍ କାର୍ଡ ସହ ଚେକ୍ ବୁକ୍ ଓ ଏଟିଏମ୍ ନେଇ ଯାଉଥିଲେ । ଏହି ଆକାଉଣ୍ଟ ସେମାନେ ସାଇବର ଠକଙ୍କୁ ଦେଉଥିଲେ। ଏହି ଆକାଉଣ୍ଟ ବ୍ୟବହାର କରି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଉପାୟରେ ଠକୁଥିବା ଟଙ୍କା ଏଥିରେ ଜମା କରାଉଥିଲେ । ଆଉ ଟଙ୍କା ଜମା ହେବା ପରେ ତୁରନ୍ତ ଏହାକୁ  ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସପର କରି ନେଉଥିଲେ। ତଦନ୍ତ ପରେ ପ୍ରମାଣ ଆଧାରରେ ପୋଲିସ ଏହି ୩ ଜଣଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ  ।

Leave A Reply

Your email address will not be published.