ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଦିନ ବରିଷ୍ଠ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଅଶ୍ୱିନୀ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅଶୋକ ନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ରାଜେନ୍ଦ୍ର ପଟ୍ଟନାୟକ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ତୁଲାଇବେ ।
ଅନ୍ୟପଟେ ଶରତ ମିଶ୍ରଙ୍କୁ ଭୁବନେଶ୍ୱର ବନ୍ଦୋବସ୍ତ କମିଶନର, ମଧୁସୂଦନ ମିଶ୍ରଙ୍କୁ ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଓ ଅବନୀକାନ୍ତ ପଟ୍ଟନାୟକଙ୍କୁ ବିଏମସି ଯୁଗ୍ମ କମିଶନର ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି ।
Comments are closed.