ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ ଜାରୀ ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବା ମୁମ୍ବାଇର ପ୍ରଶଂସା ନୈରାଶ୍ୟଜନକ ରହିଛି । ହାର୍ଦ୍ଦିକଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ରହି ନାହିଁ । ସେ ୭ ମ୍ୟାଚରେ ୧୨୮ ରନ କରିବା ସହ ୪ ୱିକେଟ ନେଇଛନ୍ତି । ଭାରତର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଶନିବାର ହାର୍ଦ୍ଦିକ ବିଫଳ ହେବାର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ମୁଁ ଦୀର୍ଘ ଦିନ ହାର୍ଦ୍ଦିକଙ୍କ ସହ ଏକତ୍ର ଖେଳିଛି । ସେ ସର୍ବଦା ଓଜନ ବ୍ୟାଟ ବ୍ୟବହାର କରିଥାନ୍ତି ।
ବୟସ ବଢ଼ିବା ସହ ଆମ ଶରୀର ଧୀମା ହୋଇଯାଇଥାଏ । ସେ ଯଦି ଅପେକ୍ଷାକୃତ ହାଲକା ବ୍ୟାଟରେ ବ୍ୟବହାର କରିବେ ତେବେ ନିଶ୍ଚିତ ଭାବେ ସଫଳ ହେବେ ବୋଲି ଅଶ୍ୱୀନ କହିଛନ୍ତି । ବ୍ୟାଟ ସୁଇଂ ତାଙ୍କର ଷ୍ଟ୍ରେନ୍ଥ, ଏବେ ଏଥିରେ ବ୍ୟତୀକ୍ରମ ଦେଖାଯାଉଛି । ଅବଶ୍ୟ ମୁଁ ଭୁଲ ହୋଇପାରେ କିନ୍ତୁ ହାର୍ଦ୍ଦିକ ମୋ କଥାକୁ ବିଚାର କରନ୍ତୁ ବୋଲି ଏହି ପୂର୍ବତନ ମହାନ ସ୍ପିନରଜଣଙ୍କ କହିଛନ୍ତି ।