Latest Odisha News

BREAKING NEWS

ଦର୍ଶକଙ୍କ ମନ ଜିତିଲା’ମନ୍ତ୍ର ମୁଗ୍ଧ’, ପ୍ରଥମ ଦିନରେ କଲା ୨୧.୫୧ ଲକ୍ଷ ରୋଜଗାର

ଭୁବନେଶ୍ବର:ବହୁ ପ୍ରତିକ୍ଷୀତ ଫିଲ୍ମ ‘ମନ୍ତ୍ର ମୁଗ୍ଧ’ଫିଲ୍ମ ମେ ୧ ରେ ରିଲିଜ ହୋଇଥିବା ବେଳେ ସିନେମାଘରେ ଭିଡ଼ ଦେଖିବାକୁ ମିଳିଛି । ହରର ସହ କମେଡି ଫିଲ୍ମ ହୋଇଥିବାରୁ ଲୋକଙ୍କୁ ବେଶ ମନୋରଞ୍ଜନ କରୁଛି । ତେବେ ଫିଲ୍ମ ପ୍ରଥମ ଦିନରେ ମଧ୍ୟ ଭଲ ରୋଜଗାର କରିଛି । ନିର୍ମାତା ଫିଲ୍ମର କଲେକ୍ସନ ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଦିନର କଲେକ୍ସନ ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ”ମନ୍ତ୍ର ମୁଗ୍ଧର ଏକ ଜବରଦସ୍ତ ଓପନିଂ । ପ୍ରଥମ ଦିନରେ ୨୧.୫୧ ଲକ୍ଷ ଓଡ଼ିଶାର ପ୍ରଥମ ହରର କମେଡି ପାଇଁ ଏକ ଦୃଢ଼ ଆରମ୍ଭ ।”


‘ମନ୍ତ୍ର ମୁଗ୍ଧ’ ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ସୂର୍ଯ୍ୟମୟୀ, ସନୋଜ କୁମାର, ନିଶାନ୍ତ ମାଝିଠିଆ ଓ ମନ୍ମୟ ଦେ ଏହି ଫିଲ୍ମ ଜରିଆରେ ଅନୁପମଙ୍କ ସହ ଦ୍ୱିତୀୟ ଥର କାମ କରିଛନ୍ତି ।ଏହି ଫିଲ୍ମରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ସନୋଜ, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ଵିପାନ୍ଵିତ ଦାସ ମହାପାତ୍ର, ଭୂମିକାଙ୍କ ସମେତ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ, ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ଅଭିନୟ କରିଛନ୍ତି । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ । ‘ମନ୍ତ୍ରମୁଗ୍ଧ’ ର ସଙ୍ଗୀତକୁ ସଜେଇଛନ୍ତି ପାଞ୍ଚ ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ ।

Leave A Reply

Your email address will not be published.