Latest Odisha News

BREAKING NEWS

ଜାତିଗତ ଟିପ୍ପଣୀ ନେଇ ଅଶ୍ୱୀନଙ୍କ ସମେତ ୫ଜଣଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ବିବାଦୀୟ ଜାତିଗତ ଟିପ୍ପଣୀ ନେଇ ପସିଛନ୍ତି ଦିଲ୍ଲୀ ବିଜେପି ପ୍ରବକ୍ତା ତଥା ପୂର୍ବତନ ସୁପ୍ରିମକୋର୍ଟ ଓକିଲ ଅଶ୍ୱୀନ ଉପାଧ୍ୟୟ । ତାଙ୍କ ସହିତ ଅନ୍ୟ ୫ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ସେମାନେ ହେଲେ ଦୀପକ ସିଂ, ବିନୀତ କ୍ରାନ୍ତି, ବିନୋଦ ଶର୍ମା, ପ୍ରୀତି ସିଂ ସ ଦୀପକ । ରବିବାର ଜନ୍ତରମନ୍ତାରେ ଏକ ନିର୍ଦ୍ଦିଷ୍ଟ ଜାତି ବିରୋଧରେ ସେମାନେ ସ୍ଳୋଗାନ ଦେଇଥିଲେ ।

ଜାତିଗତ ଟିପ୍ପଣୀ ନେଇ ଯେଉଁମାନେ ଅଶାନ୍ତି ସୃଷ୍ଟି କରିବାକୁ ଚାହିଁବେ ତାଙ୍କୁ ଛଡା ଯିବନି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଅଶ୍ୱିନୀ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଯାଂଚ କରିବା ପାଇଁ ପୋଲିସଙ୍କୁ ଅନୁରୋଧ କରିଛନ୍ତି । ଯେଉଁମାନେ ଏ ଭଳି ବିବାଦୀୟ ଓ ଉତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି ସେମାନଙ୍କୁ ମୁଁ ଚିହ୍ନି ନାହିଁ ବୋଲି କହିଛନ୍ତି । ଘଟଣାର ତଦନ୍ତ ଚାଲିଛି ।

Leave A Reply

Your email address will not be published.