Latest Odisha News

BREAKING NEWS

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର, ଦିଲ୍ଲୀରେ ଆତଙ୍କୀ ହମଲା ଧମକ ପରେ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ନେଇ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ବଢ଼ିଲା ସୁରକ୍ଷା । ଆଗକୁ ସ୍ୱାଧୀନତ ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଏୟାରପୋର୍ଟକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ।

ବିମାନବନ୍ଦରରେ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଛି । ଟର୍ମିନାକୁ ଏଣ୍ଟ୍ରି ପାଇଁ ଭିଜିଟର୍ ପାସ ଦିଆଯାଉ ନାହିଁ । ଯାତ୍ରୀଙ୍କ ବ୍ୟତୀତ ଆଉ କାହାରିକୁ କିଛି ଦିନ ପାଇଁ ଟର୍ମିନାଲ୍ ଭିତରେ ପ୍ରବେଶ ଅନୁମତି ନାହିଁ । ଯାତ୍ରୀଙ୍କୁ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଛି ।

ବିମାନବନ୍ଦର ପରିସରରେ ଗାଡ଼ି ଚଳାଚଳ କରିବା ଉପରେ କଡ଼ା ନଜର ରଖାଯାଇଛି । ସନ୍ଦିଗ୍ଧଙ୍କ ଉପରେ ବି ରଖିଛନ୍ତି ପୋଲିସ ଓ ସିଆଇଏସଏଫ୍ । ନିକଟରେ ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ କରିବା ନେଇ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ନାଁରେ ଦିଲ୍ଲୀ ପୋଲିସକୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ୍ । ଏହାପରେ ଦେଶର ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।

Leave A Reply

Your email address will not be published.