Latest Odisha News

ପୁଣି ମନ୍ତ୍ରୀ ହେବେ ଅଶ୍ବିନୀ,ଜୁଏଲ !

ଭୁବନେଶ୍ବର: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ମୋଦି।  ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ।  । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଏହାରି ଭିତରେ  କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ ଆସୁଛି । ତେବେ ଓଡିଶାର  ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ ଆସିଥିବା ସୂଚନା ମିଳିଛି। ପୁଣି ମନ୍ତ୍ରୀ ହୋଇପାରନ୍ତି ଜୁଏଲ ଓରାମ । ଫୋନ୍ କଲ୍‌ ପରେ ମୋଦିଙ୍କ ସରକାରୀ ବାସଭବନକୁ ବାହାରିଛନ୍ତି ଜୁଏଲ ।ଆଜି ପୂର୍ବାହ୍ନରେ ନୂଆ ମନ୍ତ୍ରୀମାନଙ୍କୁ ଭେଟିବେ ମୋଦି ।

ସେହିପରି ଅଶ୍ୱିନୀ ବୈଷ୍ଣବଙ୍କୁ ପିଏମ୍ଓରୁ ଫୋନ୍ ଯାଇଥିବା ସୂଚନା ରହିଛି । ପୁଣି ମନ୍ତ୍ରୀ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ । ଅନ୍ୟପଟେ, ସୁରେଜ ପୂଜାରୀ ମଧ୍ୟ ଦିଲ୍ଲୀରେ ପହଞ୍ଚିସାରିଥିବା କୁହାଯାଉଛି। ଏପରିକି ତାଙ୍କୁ ବଡ଼ ଦାୟିତ୍ୱ ମଧ୍ୟ ମିଳିପାରେ ବୋଲି କୁହାଯାଇଛି।

Comments are closed.