Latest Odisha News

BREAKING NEWS

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପୋଲିସ ଅଧିକାରୀ

ନୟାଗଡ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ ବାଣୀଗୋଛା ଏଏସ୍‌ଆଇ । ଆଜି ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି ।

ସୂଚନା ଅନୁଯାୟୀ, ବାଣୀଗୋଛା ଥାନା ଅନ୍ତର୍ଗତ କୁଳକୁମ୍ଫା ଗାଁର ସୁଶାନ୍ତ ମୁଦୁଲିଙ୍କର ଜବତ ଟ୍ରାକ୍ଟରକୁ ଛଡାଇବା ପାଇଁ ଏଏସଆଇ ଲଳିତ କୁମାର ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏ ନେଇ ସୁଶାନ୍ତ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଆଜି ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଏଏସଆଇଙ୍କୁ ଗିରଫ କରିଛନ୍ତି ।

Leave A Reply

Your email address will not be published.