Latest Odisha News

BREAKING NEWS

ଉତରକୋରିଆର ଅଭିଶପ୍ତ ହୋଟେଲ ର‌୍ୟୁଗୟଙ୍ଗ, ଆଜି ପର୍ଯ୍ୟନ୍ତ ଏଠାରେ କେହି ରହି ନାହାନ୍ତି

ପେଙ୍ଗୟଙ୍ଗ: ଉତର କୋରିଆ ସର୍ବଦା ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ୟୁନ ଏବଂ ତାଙ୍କ ନୀତିକୁ ନେଇ ଚର୍ଚ୍ଚାରେ ରହିଥାଏ । ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ । ଏହାର ରାଜଧାନୀ ପେଙ୍ଗୟୋଙ୍ଗରେ ଥିବା ଏକ ଅଭିଶପ୍ତ ହୋଟେଲ ଅଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କେହି ରହି ନାହାନ୍ତି । ପିରାମିଡ ଆକୃତିର ଏହି ବିଶାଳକାଳୟ ହୋଟେଲର ନାମ ର‌୍ୟୁଗୟଙ୍ଗ । ବିଶ୍ୱର ଉଚ୍ଚତମ ହୋଟେଲ ଭାବେ ଏହା ପରିଗଣିତ । ୩୩୦ ମିଟର ଉଚ୍ଚତା ଏହି ଆକର୍ଷଣୀୟ ହୋଟେଲରେ ୧୦୫ ରୁମ୍ ରହିଛି । କିଛି ବର୍ଷ ତଳେ ଆମେରିକାର ଏକ ପତ୍ରିକା ଏହାକୁ ସବୁଠାରୁ ଖରାପ ହୋଟେଲର ଆଖ୍ୟା ଦେଇଥିଲା । ଜାପାନ ମିଡିଆ ଅନୁସାରେ ଏହି ହୋଟେଲ ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୭୫୦ ମିଲିୟନ ଡଲାର ।

୧୯୮୭ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୯୨ରେ ବିଭିନ୍ନ ସମସ୍ୟା ଯୋଗୁ ଏହାକୁ ବନ୍ଦ କରାଯାଇଥିଲା । ୨୦୧୨ରେ ଏହାର ପୁନଃ କାର୍ଯ୍ୟ ଆରମ୍ଭ ହୋଇଥିଲା । ତଥାପି କେତେକ ବିଶେଷଜ୍ଞଙ୍କ ମତରେ ଏବେ ବି ଏହା ଅସମ୍ପୂର୍ଣ୍ଣ ରହିଛି । ନକରାତ୍ମକ ଶକ୍ତି ଯୋଗୁ ଏହି ହୋଟେଲ ନିର୍ମାଣ ହେଇ ପାରୁ ନ ଥିବା ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ୱାସ ରହିଛି । ତେବେ ଏତେ ବଡ ହୋଟେଲ ପାଇଁ ଜ୍ଞାନକୌଶଳ ଯୋଗାଇବାରେ ଇଂଜିନିୟର ଫେଲ୍ ମାରିଥିଲେ । ସେଥିପାଇଁ ଏହା ଏବେ ବି ଅସମ୍ପୂର୍ଣ୍ଣ ରହିଛି ।

Leave A Reply

Your email address will not be published.