Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କଲେ ଏଏସଆଇ ଡିଜି

ପୁରୀ : ପୁରୀରେ ଏଏସଆଇ ଡିଜି ଭି. ବିଦ୍ୟାବତୀ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ, ଏସପିଙ୍କ ସହ ପ୍ରଥମେ ଶ୍ରୀମନ୍ଦିର ରତ୍ନ ସିଂହାସନସ୍ଥିତ ଚତୁର୍ଦ୍ଧା ବିଗ୍ରହ, ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ଏହାପରେ ଟାଟା ପାୱାର, ଓବିସିସି, ପୌରପାଲିକା, ଏଏସଆଇର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ନେଇ ପ୍ରାୟ ଦେଢ଼ ଘଣ୍ଟା କାଳ ସମୀକ୍ଷା କରିଛନ୍ତି ।

ଶ୍ରୀକ୍ଷେତ୍ରକୁ ବିଶ୍ବ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଗତବର୍ଷ ନଭେମ୍ବର ୨୪ ତାରିଖରେ ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଆଗାମୀ ଦେଢ଼ ବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ତର ହୋଇଛି । ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ, ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତେବେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଦେଶର ଅନ୍ୟାନ୍ୟ ଧାର୍ମିକ ପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କିଭଳି ମିଳିବ ସେନେଇ ଆଲୋଚନା ହୋଇଛି ।

Comments are closed, but trackbacks and pingbacks are open.