Latest Odisha News

BREAKING NEWS

କରୋନା ଲଢ଼େଇରେ ସାମିଲ ହେଲା ନୂତନ ଭ୍ୟାକ୍ସିନ କର୍ବୋଭ୍ୟାକ୍ସ

ନୂଆଦିଲ୍ଲୀ: କରୋନା ଲଢ଼େଇରେ ସାମିଲ ହୋଇଛି ବାଓଲୋଜିକାଲ ଇ ଲିମିଟେଡର କର୍ବୋଭ୍ୟାକ୍ସ । ଏହି ଭ୍ୟାକ୍ସିନକୁ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହାକୁ ବ୍ୟବହାର କରିବା ପାଇଁ ଡିସିଜେଆଇ ଅନୁମୋଦନ ପ୍ରଦାନ କରିଛି । ପୂର୍ବରୁ ୧୫ରୁ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନକୁ ମଂଜୁରୀ ମିଳିଥିଲା । କର୍ବୋଭ୍ୟାକ୍ସ ମାଂସପେଶୀ ମାଧ୍ୟମରେ ପିଲାମାନଙ୍କ ଶରୀରରେ ପ୍ରବେଶ କରିବ ।

୨୮ ଦିନ ମଧ୍ୟରେ ୨ଟି ଯାକ ଟୀକା ଦେବା ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଟୀକାକୁ ୨ରୁ ୮ ଡିଗ୍ରୀ ମଧ୍ୟରେ ସଂରକ୍ଷଣ କରି ରଖା ଯାଇପାରିବ । ଏହା ପିଲାମାନଙ୍କୁ କରୋନା ସଂକ୍ରମଣ ହେବାରୁ ଆବଶ୍ୟକ ସୁରକ୍ଷା ଯୋଗାଇବ ବୋଲି ଆଶା ବ୍ୟକ୍ତ କରାଯାଉଛି ।

Comments are closed, but trackbacks and pingbacks are open.